27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଶ୍ୱରେ ୨୪ ଘଣ୍ଟାରେ ୪ଲକ୍ଷ ୬୯ହଜାର ୫୯୪ ସଂକ୍ରମିତ

ବିଶ୍ୱରେ ୨୪ ଘଣ୍ଟାରେ ୪ଲକ୍ଷ ୬୯ହଜାର ୫୯୪ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୬୯ହଜାର ୫୯୪ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୩୪ଲକ୍ଷ ୪ହଜାର ୮୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୬ହଜାର ୯୩୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୨୭ଲକ୍ଷ ୨ହଜାର ୪୭୪ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୩ଲକ୍ଷ ୯୪ହଜାର ୬୭୭ଜଣ ସକ୍ରିୟ ମାମଲା ରହିଛି ।

ଆମେରିକାରେ ମୋଟ ୩କୋଟି ୬୫ଲକ୍ଷ ୪୩ହଜାର ୨୩୧ ସଂକ୍ରମିତ ଓ ୬ଲକ୍ଷ ୩୩ହଜାର ୧୧୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୧ଲକ୍ଷ ୬୫ହଜାର ୬୭୨ ସଂକ୍ରମିତ ଓ ୫ଲକ୍ଷ ୬୩ ହଜାର ୪୭୦ମୃତ, ଋଷିଆରେ ୬୪ ଲକ୍ଷ ୪୭ ହଜାର ୭୫୦ ସଂକ୍ରମିତ ଓ ୧ଲକ୍ଷ ୬୪ ହଜାର ୮୮୧ ମୃତ, ଫ୍ରାନ୍ସରେ ୬୩ ଲକ୍ଷ ୫ ହଜାର ୧୫୮ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୨୨୦ ମୃତ, ୟୁକେରେ ୬୦ ଲକ୍ଷ ୬୯ ହଜାର ୩୬୨ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୩୨୦ମୃତ, ତୁର୍କୀରେ ୫୯ ଲକ୍ଷ ୧୮ ହଜାର ୫୪୦ ସଂକ୍ରମିତ ଓ ୫୨ ହଜାର ୧୯୬ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୧୮ ହଜାର ୮୯୫ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୪୫୯ମୃତ, କଲୋମ୍ବିଆରେ ୪୮ ଲକ୍ଷ ୩୮ ହଜାର ୯୮୪ ସଂକ୍ରମିତ ଓ ୧ ଲକ୍ଷ ୨୨ ହଜାର ୪୫୮ମୃତ, ସ୍ପେନରେ ୪୫ ଲକ୍ଷ ୮୮ ହଜାର ୧୩୨ ସଂକ୍ରମିତ ଓ ୮୨ ହଜାର ୬ ମୃତ, ଇଟାଲିରେ ୪୩ ଲକ୍ଷ ୯୬ ହଜାର ୪୧୭ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୨୨୦ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking