34.1 C
Bhubaneswar
Saturday, April 27, 2024
Homeଖେଳଟୋକିଓ ଅଲମ୍ପିକ୍ସରେ ହକି ସେମିରେ ଭାରତ

ଟୋକିଓ ଅଲମ୍ପିକ୍ସରେ ହକି ସେମିରେ ଭାରତ

ନୂଆଦିଲ୍ଲୀ : ରବିବାର ଭାରତୀୟ ଫ୍ୟାନଙ୍କ ପାଇଁ ବେଶ ଖୁସି ଖବର ଆଣିଛି । ପ୍ରଥମେ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ । ରବିବାର ଭାରତ ୩-୧ରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରିବା ସହିତ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଦୀଲପ୍ରିତ ସିଂ, ଗୁରଜଣ୍ଟ ସିଂ ଓ ହାର୍ଦ୍ଦିକ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପ୍ରାରମ୍ଭରୁ ଆକ୍ରମଣାତ୍ମକ ହକି ଖେଳିଥିବା ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ଦୀଲପ୍ରିତ । ମ୍ୟାଚର ୭ମ ମିନିଟରେ ଦୀଲପ୍ରିତ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରିଥିଲେ ।

ଏହାର ୯ ମିନିଟ ମଧ୍ୟରେ ଭାରତୀୟ ଫରୱାର୍ଡ ଗୁରଜଣ୍ଟ ସିଂ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ତୃତୀୟ କ୍ୱାର୍ଟରର ଅନ୍ତିମ ମିନିଟରେ ଗ୍ରେଟ ବ୍ରିଟେନ ଲଗାତାର ୪ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । ୩ୟ କ୍ୱାର୍ଟରର ଅନ୍ତିମ ସେକେଣ୍ଡରେ ଫିଲିପ ରୋପର ଗୋଲ ସ୍କୋର କରି ବ୍ୟବଧାନକୁ ୨-୧ରେ ପହଞ୍ଚାଇଥିଲେ । ମ୍ୟାଚ ଶେଷ ହେବାକୁ ଆଉ ୩ ମିନିଟ ଥିବା ବେଳେ ଭାରତୀୟ ସର୍କଲରୁ ବଲ ନେଇ ବ୍ରିଟେନ ସର୍କଲରେ ପହଞ୍ଚିଥିଲେ ହାର୍ଦ୍ଦିକ ସିଂ । ଏକାଧିକ ଡିଫେଣ୍ଡରଙ୍କୁ ପରାସ୍ତ କରିଥିବା ହାର୍ଦ୍ଦିକଙ୍କ ଶଟକୁ ଗୋଲକିପର କିନ୍ତୁ ରୋକି ଦେଇଥିଲେ। ତେବେ ରିବାଉଣ୍ଡରୁ ହାର୍ଦ୍ଦିକ ଗୋଲ ସ୍କୋର କରିବା ସହିତ ଭାରତକୁ ୩-୧ରେ ବିଜୟୀ କରାଇଥିଲେ । ଏହି ବିଜୟ ପରେୁ ଭାରତ ସେମି ଫାଇନାଲରେ ବେଲଜିୟମକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking