32.1 C
Bhubaneswar
Thursday, March 28, 2024
Homeଅପରାଧନକଲି ଆଇଡି କାର୍ଡ ଥିବା ବ୍ୟକ୍ତିକୁ ଦିଲ୍ଲୀ ଏଆରପୋର୍ଟରେ ଜବତ କଲା ସିଆଇଏସ୍‌ଏଫ୍‌

ନକଲି ଆଇଡି କାର୍ଡ ଥିବା ବ୍ୟକ୍ତିକୁ ଦିଲ୍ଲୀ ଏଆରପୋର୍ଟରେ ଜବତ କଲା ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ନକଲି ଆଇଡି ଧାରୀ ବ୍ୟକ୍ତିକୁ ସିଆଇଏସ୍‌ଏଫ୍ ଗିରଫ କରିଛି । ତେବେ ଉକ୍ତ ବ୍ୟକ୍ତିଠାରୁ ନକଲି ପରିଚୟପତ୍ର ଉଦ୍ଧାର କରାଯାଇଛି । ସରକାରୀ ବିବୃତ୍ତିରୁ ମିଳିଥିବା ସୂଚନା ଅନୁଯାୟୀ କଡ଼ା ପଚରାଉଚରାରୁ ବ୍ୟକ୍ତି ଜଣକ ଚାକିରୀ ନାରେ ଠକେଇ ରାକେଟରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ।
ବିବୃତ୍ତି ଅନୁଯାୟୀ ଜୁଲାଇ ୩୧ରେ ସକାଳ ୧୧ଟା ସମୟରେ ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ଗତିବିଧି ଲକ୍ଷ୍ୟ କରାଯାଇଥିଲା । ଏହାପରେ ତାଙ୍କର ଶାରୀରିକ ଏବଂ ବୌଦ୍ୟୁତିକ ତଦାରଖ କରାଯାଇଥିଲା ଏବଂ ଟର୍ମିନାଲ ୩ର ଫୋୟର କୋର୍ଟ ପରିସରରେ ଅଟକାଯାଇଥିଲା ।
ସୂଚନା ଅନୁଯାୟୀ ପ୍ରଶ୍ନ ଉତ୍ତର ସମୟରେ ଅଭିଯୁକ୍ତ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲା । ନିଜର ପରିଚୟ ପ୍ରମାଣ କରିବାକୁ ବିଭିନ୍ନ ଏଜେନ୍ସିର ଦୁଇଟି ଏୟାରପୋର୍ଟ ଫୋଟ ଆଇଡିକାର୍ଡ ଦେଖାଇଥିଲା । ଯାହା ନକଲି ପରି ଦେଖାଯାଇଥିଲା । ଗୋଟିଏ ପରିଚୟ ପତ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ହୋଇଥିବାବେଳେ ଅନ୍ୟଟି ବିମାନ ବନ୍ଦର ପ୍ରାଧିକରଣର ଏଟିସି ସେବାରୁ ଆସିଛି । ସୂଚନାନୁସାରେ ସନ୍ଦିଗ୍ଧର ଫୋନ ଖୋଜିବାରୁ ମହମ୍ମଦ ୱାଜିଦ ନମକ ଜଣେ ବ୍ୟକ୍ତିଙ୍କର ନମ୍ବର ମିଳିଥିଲା । ୱାଜିଦଙ୍କୁ ଫୋନ୍ କରି ସେ ନିଜକୁ ଆକାଶ ବାବୁର ପରିଚୟ ଦେଇଥିଲେ । ୱାଜିଦଙ୍କୁ ଚାକିରି ଦେବା ନାରେ ଅଭିଯୁକ୍ତ ୯ ଲକ୍ଷ ଟଙ୍କା ଠକେଇ କରିଥିବା ସେ ଦାବି କରିଛନ୍ତି ।
କଠୋର ପଚରା ଉଚରା ପରେ ଅଭିଯୁକ୍ତ ଲିଖିତ ଭାବରେ ତାଙ୍କର ସମସ୍ତ ଅପରାଧ ସ୍ୱୀକାର କରିଛନ୍ତି । ମହମ୍ମଦ ୱାଜିରଙ୍କ ଅଭିଯୋଗ ସହ ଏହି ମାମଲାର ଅଧିକ ତଦନ୍ତ ପାଇଁ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking