30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶମହାକାଶ ଯିବେ ଭାରତ ଜନ୍ମିତ ଶିରିଶା

ମହାକାଶ ଯିବେ ଭାରତ ଜନ୍ମିତ ଶିରିଶା

ନୂଆଦିଲ୍ଲୀ : ଭର୍ଜିନ୍ ଗାଲାକ୍ଟିକର ମାଲିକ ତଥା ଶିଳ୍ପପତି ରିଚାର୍ଡ ବ୍ରାନସନ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି। ରିଚାର୍ଡ ଜୁଲାଇ ୧୧ ତାରିଖରେ ମହାକାଶ ଯାତ୍ରା ଆରମ୍ଭ କରିବେ । ତେବେ ତାଙ୍କ ସହ ଏହି ମହାକାଶ ଯାତ୍ରାରେ ଜଣେ ଭାରତୀୟ ଝିଅ ମଧ୍ୟ ରହିବେ । ଭାରତରେ ଜନ୍ମିତ ଶିରିଶା ବାନ୍ଦଲା ଜୁନ୍ ୧୧ରେ ମହାକାଶ ଯାତ୍ରା କରିବେ । ଶିରିଶା ଭର୍ଜିନ ଗାଲାକ୍ଟିକ୍ କମ୍ପାନୀରେ ସରକାରୀ ବ୍ୟାପାର ଓ ରିସର୍ଚ୍ଚ ଅପରେସନ ବିଭାଗର ଉପସଭାପତି ଭାବେ କାର୍ଯ୍ୟ କରନ୍ତି ।

ବ୍ରାନସନଙ୍କ ମହାକାଶ ଯାଉଥିବା ଅନ୍ୟ ୫ ଜଣ ସଦସ୍ୟଙ୍କ ମଧ୍ୟରେ ଶିରିଶା ରହିଛନ୍ତି । ଶିରିଶା ଭାରତରେ ଜନ୍ମ ହୋଇଥିଲେ ହେଁ ଆମେରିକା ନାଗରିକ । ସେ ଭାରତରେ ଜନ୍ମିତ ଦ୍ୱିତୀୟ ମହିଳା ଭାବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଝିଅ ଭାବେ କଳ୍ପନା ଚାୱଲା ମହାକାଶ ଯାତ୍ରା କରିଥିଲେ । ହେଲେ ସ୍ପେସ୍ ସଟଲ କଲମ୍ବିଆ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ । ଶିରିଶା ବାନ୍ଦଲା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମଗ୍ରହଣ କରିଛନ୍ତି । ସେ ୨୦୧୫ ମସିହାରେ ସରକାରୀ ବ୍ୟାପାର ମ୍ୟାନେଜର ଭାବେ ଭର୍ଜିନ ଗାଲାକ୍ଟିକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking