33.1 C
Bhubaneswar
Friday, April 26, 2024
Homeକରୋନାଟେଷ୍ଟ ପାଇଁ ମନା କରିପାରିବେନି ରାଜ୍ୟ

ଟେଷ୍ଟ ପାଇଁ ମନା କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ: ଏବେ ବିଶ୍ୱ ସମେତ ଦେଶରେ ମହାମାରୀର ଭୟାବହତା ଦେଖିବାକୁ ମିଳିଛି । ସରକାର କରୋନାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ବିକଳ୍ପ ବାହାର କରୁଛନ୍ତି । ହେଲେ ବି ନିୟନ୍ତ୍ରଣରେ ରହିନାହିଁ କରୋନା । ଏହାରି ମଧ୍ୟରେ ଅଧିକ ମାତ୍ରାରେ ସାମ୍ପଲ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ଟେଷ୍ଟ କରିବା ପାଇଁ ଡାକ୍ତରଙ୍କୁ ପ୍ରେସକ୍ରାଇବ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପାଇଁ ଯେ କୌଣସି ସରକାରୀ, ଘରୋଇ ଡାକ୍ତର ଲେଖିପାରିବେ । କୌଣସି ବ୍ୟକ୍ତିଙ୍କୁ ଟେଷ୍ଟ ହେବାକୁ ମନା କରିପାରିବେନି ରାଜ୍ୟ ସରକାର । ଅଧିକ ଟେଷ୍ଟ ପାଇଁ ପ୍ରଚାର, ମୋବାଇଲ ଭ୍ୟାନ ଆୟୋଜନ କରିବାକୁ କହିଛନ୍ତି କେନ୍ଦ୍ର ସରକାର ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଟପିଲା । ବତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪ହଜାର ୬୪୧କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୭, ୮୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪ଘଣ୍ଟାରେ ୧୯ହଜାର ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୬ହଜାର ୯୪୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୩ଲକ୍ଷ ୫୯ହଜାର ୮୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୮୦ହଜାର ୨୯୮ଜଣ ଆକ୍ରାନ୍ତ ଚସିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୦୫୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking