40.1 C
Bhubaneswar
Wednesday, April 24, 2024
Homeଅପରାଧଅନ୍ୟତ୍ର ବିବାହ କରିବାରୁ ପ୍ରେମିକାକୁ ଏପରି ଭାବରେ ହତ୍ୟା କଲା ପ୍ରେମିକ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଅନ୍ୟତ୍ର ବିବାହ କରିବାରୁ ପ୍ରେମିକାକୁ ଏପରି ଭାବରେ ହତ୍ୟା କଲା ପ୍ରେମିକ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଗୁଜୁରାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ବାରମ୍ବାର ଛୁରୀରେ ଆକ୍ରମଣ କରିଛନ୍ତି । ଦଉଲତପୁର ଜିଆଇଡିସି ଅଂଚଳରେ ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଯାଇଛି । ତେବେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏହି ଅଘଟଣ ଘଟିଯାଇଛି । ମୃତ ମହିଳା ଜଣକ ଭାବନା ସୋନୁ ଗୋସ୍ୱାମୀ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ସଂଜୟ ପ୍ରବୀଣ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଉକ୍ତ ମହିଳାଙ୍କୁ ପ୍ରାୟ ୧୦ ଥର ଛୁରୀରେ ଆକ୍ରମଣ କରିଥିବା ଜଣାପଡିଛି । ଆମରେଲୀରେ ବାସ କରୁଥିବା ସଂଜୟ ଉକ୍ତ ମହିଳା ଜଣକ ଆଉ ଜଣେ ପୁରୁଷଙ୍କୁ ବିବାହ କରିବାରୁ ରାଗରେ ଜର୍ଜରିତ ହୋଇ ସେ ଏମିତି ଭୟାବହ କାଣ୍ଡ ଭିଆଇଥିବା କୁହାଯାଉଛି । ହତ୍ୟା କରିବା ପରେ ଅଭିଯୁକ୍ତ ମୃତ ଶରୀର ପାଖରେ ବସି ରହିଥିଲା । ପରେ ଖବର ପାଇ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ମୃତ ମହିଳାଙ୍କ ଭାଇ ପୋଲିସ ନିକଟରେ ଏତଲା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking