29.1 C
Bhubaneswar
Sunday, May 5, 2024
Homeବିଜୟ ଦିବସବିଜୟ ଦିବସ କେବେ ପାଳନ କରାଯାଏ

ବିଜୟ ଦିବସ କେବେ ପାଳନ କରାଯାଏ

ଭୁବନେଶ୍ୱର: ବିଜୟ ଦିବସ କେବେ ଓ କାହିଁକି ପାଳନ କରାଯାଏ । ପ୍ରତିବର୍ଷ ଡିସେମ୍ବର ୧୬ ତାରିଖକୁ ଭାରତୀୟ ସେନାର ବାହାଦୂରୀ ଏବଂ ପାକିସ୍ତାନ ବିରୋଧରେ ମିଳିଥିବା ଐତିହାସିକ ବିଜୟକୁ ସ୍ମରଣ ରଖିବା ଉଦ୍ଦେଶ୍ୟରେ ପାଳନ କରାଯାଏ । ଏହି ଦିନରେ ଅର୍ଥାତ ୧୬ ଡିସେମ୍ବର ୧୯୭୧ ମସିହାରେ ଭାରତୀୟ ସେନା ପାକିସ୍ତାନୀ ସେନାଙ୍କୁ ପରାସ୍ତ କରି ଏକ ନୂଆ ଦେଶ ବାଂଲାଦେଶ ଗଠନ କରିଥିଲେ । ୧୯୭୧ ମସିହାରେ ଏହି ଯୁଦ୍ଧରେ ଭାରତର ମାତ୍ର ୩୦୦୦ ବୀର ଯବାନଙ୍କ ସାମ୍ନାରେ ପାକିସ୍ତାନର ପ୍ରାୟ ୯୩ ହଜାର ସୈନିକ ଆତ୍ମସମର୍ପଣ କରି ପରାଜୟ ମାନି ନେଇଥିଲେ । ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇଥିବା ଏହି ଲଢେଇ ୧୬ ଡିସେମ୍ବର ୧୯୭୧ ମସିହାରେ ହୋଇଥିବା ଭାରତୀୟ ସେନାର ଐତିହାସିକ ବିଜୟ ଏବଂ ବାଲାଂଦେଶ ଗଠନ ସହିତ ଶେଷ ହୋଇଥିଲା । ଖାଲି ଏତିକି ନୁହେଁ, ୧୯୭୧ ଯୁଦ୍ଧରେ ମିଳିଥିବା ଏହି ବିଜୟ ଭାରତର ତିନି ସେନାର ଅଦ୍ୟମ ସାହାସ ଓ ପରାକ୍ରମ ବଳକୁ ଦୁନିଆ ସାମ୍ନାରେ ରଖିଥିଲା । ତେବେ ବିଜୟ ଦିବସ ଭାରତୀୟ ସେନାର ସେହି ସବୁ ବୀର ଯବାନଙ୍କୁ ସମର୍ପିତ, ଯେଉଁମାନଙ୍କ ସାହସ ଓ ସମର୍ପଣ କାରଣରୁ ଆମେ ସମସ୍ତେ ଦେଶବାସୀ ନିଜକୁ ସୁରକ୍ଷିତ ମନେ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking