ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସସରବର ଠାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଡ଼ଃ ବି ଆର ଆମ୍ବେଦକରଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇ ଥିଲା । ଡ଼ଃ ବି ଆର ଆମ୍ୱେଦକରଙ୍କ ଫୋଟୋ ଚିତ୍ରରେ ମଳାପର୍ଣ କରାଯାଇ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ସଭାରେ ଆଦିବାସୀ ନେତା ଭୀମିସେନ ମୁଣ୍ଡା ଅଧ୍ୟକ୍ଷତା କରି ଥିଲେ । ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରତାପ ଦାସଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ଡ଼ଃ ବି ଆର ଆମ୍ବେଦକରଙ୍କ ନୀତି ଆଦର୍ଶ ଓ ଦଳିତ ମାନଙ୍କ ପାଇଁ ସମ୍ବିଧାନରେ ସ୍ୱତନ୍ତ୍ର ସ୍ଥାନ ରଖି ଯାଇଛନ୍ତି ସେ ଦଳିତଙ୍କ ନିକଟରେ ଚିର ନମସ୍ୟ ହୋଇ ରହିବେ । ଜାତି ଭେଦ ପ୍ରର୍ଥକ୍ଷକୁ ଲୋପ କରିବା ଦାବୀ କରାଯାଇ ଥିଲା। ମୋର୍ଚ୍ଚାର ରାଜ୍ୟ ଉପସଭାପତି ଅଭୟ ପାତ୍ର କୋରାଇ ବ୍ଲକ ସଭାପତି କ୍ଷୀରୋଦ ଦାସ ପ୍ରମୁଖ ଯୋଗ ଦେଇ ଦଳିତ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଥିଲେ । ଜିଲ୍ଲା ବିଭିନ୍ନ ସ୍ଥାନରୁ କର୍ମୀ ମାନେ ଯୋଗ ଦେଇ ଥିଲେ ।