33.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗତୈଳ ଦର ବୃଦ୍ଧି ବିରୋଧରେ ମମତାଙ୍କ ନିଆରା ପ୍ରତିବାଦ

ତୈଳ ଦର ବୃଦ୍ଧି ବିରୋଧରେ ମମତାଙ୍କ ନିଆରା ପ୍ରତିବାଦ

ନୂଆଦିଲ୍ଲୀ : ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ଏକ ନିଆରା ପ୍ରତିବାଦରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏକ ବୈଦ୍ୟୁତିକ ସ୍କୁଟରରେ ବସି  ରାଜ୍ୟ ସଚିବାଳୟ ନବାନ୍ନାକୁ ଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ୍ ହାକିମଙ୍କ ପଛରେ ସେ ବସିଥିବାର ନଜର ଆସିଥିଲେ। କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ପାର କରିଛି ।  ଗୁରୁବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୈଳ ଦର ବିରୋଧରେ ଇ-ସ୍କୁଟରରେ ଯାତ୍ରା କରିଥିଲେ। ଇ-ସ୍କୁଟରର ପଛପଟେ ବସି ମମତା ଯାତ୍ରା କରିଥିଲେ। ବେକରେ ସେ ଏକ ପୋଷ୍ଟର ବି ଲଗାଇଥିଲେ। ମମତା ହାଜରା ମୋଡ଼ରୁ ରାଜ୍ୟ ସଚିବାଳୟ ମଧ୍ୟରେ ୫ କିଲୋମିଟର ସ୍କୁଟରରେ ଯାତ୍ରା କରିଥିଲେ। ସଡକର ଉଭୟ ପାର୍ଶ୍ୱରେ ଲୋକେ ଛିଡା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ କରିଥିଲେ ଓ ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, ପ୍ରଥମେ ନୋଟବନ୍ଦୀ, ଏବେ ଇନ୍ଧନ ଦର ବୃଦ୍ଧି ପାଇଛି। ମୋଦି ସରକାର ସବୁ ବିକ୍ରି କରି ଦେଉଛନ୍ତି। ବିଏସଏନଏଲ ରୁ କୋଇଲା ଯାଏଁ ଦେଶର ସବୁକିଛି ବିକ୍ରି କରୁଛନ୍ତି। ଏହି ସରକାର ନାଗରିକ ବିରୋଧୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking