30.1 C
Bhubaneswar
Saturday, May 18, 2024
Homeଅପରାଧସମ୍ପର୍କୀୟ ଭଉଣୀ ସହ ଭାଇ କଲା ଏପରି କାଣ୍ଡ....ପଢନ୍ତୁ ପୁରା ଘଟଣା

ସମ୍ପର୍କୀୟ ଭଉଣୀ ସହ ଭାଇ କଲା ଏପରି କାଣ୍ଡ….ପଢନ୍ତୁ ପୁରା ଘଟଣା

ଜୋଧପୁର : କୁହାଯାଏ ଭାଇ ଭଉଣୀର ସମ୍ପର୍କ ସବୁଠୁ ପବିତ୍ର । ଭାଇ,ଭଉଣୀର ରକ୍ଷା କରିବା ପାଇଁ ଦାୟିତ୍ୱ ନେଇଥାଏ । ତେବେ କ’ଣ ହେବ ଯଦି ଭାଇ ହିଁ ଭଉଣୀ ପାଇଁ ରାକ୍ଷାସ ପାଲଟି ଯିବ । ଏଭଳି ଏକ ଲେକମହର୍ଷଣକାରୀ ଘଟଣା ଘଟଣା ଘଟିଛି । ରାଜସ୍ଥାନର ଜୋଧପୁର ଜିଲ୍ଲାରେ । ଯେଉଁଠି ଜଣେ ସମ୍ପର୍କୀୟ ଭାଇ ନିଜ ଭଉଣୀ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଛି ।

ଭାଇ ଜଣକ ଭଉଣୀକୁ କଥା ଆଳରେ କୌଣସି ସ୍ଥାନକୁ ନେଇଯାଇଥିଲା । ସେଠାରେ ତାକୁ ଖାଦ୍ୟରେ କିଛି ନିଶା ଦ୍ରବ୍ୟ ମି।।ଇ ଖାଇବାକୁ ଦେଇଥିଲା । ଏହା ଖାଇ ଭଉଣୀ ବେହୋସ ହୋଇଯିବା ପରେ ଭାଇ ତା’ ସହ ଦୁଷ୍କର୍ମ କରିଥିଲା ।

ପିଡୀତାଙ୍କ ଆରୋପ ଅନୁସାରେ ୨ ଜଣ ଅନ୍ୟ ଲୋକ ମଧ୍ୟ ତା’ ସହ ଦୁଷ୍କର୍ମ କରିଛନ୍ତି । ନିଜ ସହ ହୋଇଥିବା ଏହି ଜଘନ୍ୟ କାଣ୍ଡର ରିପୋର୍ଟ ଝିଅଟି ଡାକ ଦ୍ୱାରା ଥାନାକୁ ପଠାଇଥିଲା । ରିପୋର୍ଟ ମୁତାବକ ଭାଇ, ଭଉଣୀ ସହ ଦୁଷ୍କର୍ମ କରିବା ପରେ ତାକୁ ଘରେ ଆଣି ଛାଡି ଦେଇଥିଲା ।
ଘଟଣାର କିଛି ଦିନ ପରେ ଭାଇ, ଦୁଷ୍କର୍ମ କରିଥିବା ପିଡୀତାକୁ ଭିଡିଓ କ୍ଲିପ ଦେଖାଇ ଧମକାଉଥିଲା ଓ ସେ କହୁଥିବା ଲୋକ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ପ୍ରତିବାଦ କଲେ ଭିଡିଓକୁ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା ।

ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାର ଯାଞ୍ଚ କରିବା ପାଇଁ ଏସପି ଭୁପେନ୍ଦ୍ର ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଥାନା ପ୍ରଭାରୀ ହନୁମାନ ଚୌଧୁରୀଙ୍କ କହିବା ଅନୁସାରେ ପିଡୀତାଙ୍କ ଠାରୁ ଡାକ ଯୋଗେ ରିପୋର୍ଟ ପାଇବା ପରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି ଓ ଏହାର ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking