39.1 C
Bhubaneswar
Friday, April 26, 2024
Homeଓଡିଶାଆଇଏମଏସ୍ ଏବଂ ସମ୍ ହସ୍ପିଟାଲ୍ ଷ୍ଟୁଡେଣ୍ଟସ୍ କରୋନାଭାଇରସକୁ ନେଇ ରାଲି କରିଛନ୍ତି

ଆଇଏମଏସ୍ ଏବଂ ସମ୍ ହସ୍ପିଟାଲ୍ ଷ୍ଟୁଡେଣ୍ଟସ୍ କରୋନାଭାଇରସକୁ ନେଇ ରାଲି କରିଛନ୍ତି

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ସମ୍ ହସ୍ପିଟାଲ ନର୍ସିଂ କଲେଜର ଶତାଧିକ ଛାତ୍ରଛାତ୍ରୀ, ମେଡିକାଲ ସାଇନ୍ସ ଏବଂ ସୋଆ ବିଶ୍ୱବିଦ୍ୟାଳୟର ନର୍ସିଂ ଛାତ୍ରଛାତ୍ରୀ ମାନେ ସୋମବାର ଦିନ ଏକ ରାଲି କରି କରୋନାଭାଇରସ ମାରାତ୍ମକ ବିଷୟରେ ସଚେତନତା କରିଥିଲେ । କରୋନାଭାଇରସ୍ (କୋଭିଡ୍ -୧୯) ଯାହା ଦୁନିଆକୁ ଜାବୁଡ଼ି ଧରିଛି ।

ଛାତ୍ରଛାତ୍ରୀମାନେ ‘କରୋନା ବନ୍ଦ’ପ୍ଲାକାର୍ଡ ଧରି ଭୟଭୀତ ନହେବା ସହ ଏକ ଶୃଙ୍ଖଳିତ ଜୀବନ ଶୈଳୀରେ ବଜାୟ ରଖିବାକୁ ସଚେତନତା କରିବା ସହ ରୋଗ ନବ୍ୟାପିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ ।

ହାତ ଧୋଇବା ଭଳି ସରଳ ସତର୍କତା ଅବଲମ୍ବନ କରି ଆମେ ସଂକ୍ରମଣକୁ ଏଡାଇ ପାରିବା ବୋଲି ଆଇଏମଏସ୍ ଏବଂ ସମ୍ ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଏହା ବ୍ୟତୀତ କାଶିବା କିମ୍ବା ଛିଙ୍କିବା ସମୟରେ ଜଣେ ବ୍ୟକ୍ତି ପାଟି ଓ ନାକକୁ ରୁମାଲରେ ଘୋଡାଇବା ଉଚିତ । ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି ।
ବିଶିଷ୍ଟ ନ୍ୟୁରୋ ସର୍ଜନ, ପ୍ରଫେସର ଅଶୋକ କୁମାର ମହାପାତ୍ର, ବର୍ତ୍ତମାନ ଝଙଇ ର ନିର୍ଦ୍ଦେଶକ (ସ୍ୱାସ୍ଥ୍ୟ କାର‌୍ୟ୍ୟକ୍ରମ), ପ୍ରଫେସର ଗଙ୍ଗାଧର ସାହୁ, ଡିନ୍, ଆଇଏମ୍ଏସ୍ ଏବଂ ସମ୍ ହସ୍ପିଟାଲ୍, ପ୍ରଫେସର ସାମନ୍ତସିଂହାର ଏବଂ ଅନ୍ୟ ଅଧିକାରୀମାନେ ଏହି ରାଲିରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking