34.1 C
Bhubaneswar
Friday, March 29, 2024
HomeUncategorizedଅନ୍ତର୍ଜାତୀୟ ମହିଳା ଦିବସ: ଗୋଟିଏ ଦିନ ପାଇଁ କଲେକ୍ଟର ହେଲେ ସ୍କୁଲ ଛାତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସ: ଗୋଟିଏ ଦିନ ପାଇଁ କଲେକ୍ଟର ହେଲେ ସ୍କୁଲ ଛାତ୍ରୀ

ଭୁବନେଶ୍ୱର: ୧୯୧୧ ମସିହା ପରଠାରୁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତିୟ ମହିଳା ଦିବସ ପାଳନ କରାଯାଏ । ୧୯୭୭ରେ ଅଧିକାରୀକ ଭାବେ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଥିବା ଏହି ଦିନଟିକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରିଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଏ । ସାମାଜିକ, ସାହିତ୍ୟିକ ଓ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ସଫଳତା ପାଇଁ ସବୁବର୍ଷ ଏହି ଦିନଟିକୁ ପାଳନ କରାଯାଏ । ଖାଲି ଏତିକି ନୁହେଁ, ବରଂ ଏହି ଦିବସ ପାଳନ ପଛରେ କିଛି ଅଲଗା ଉଦ୍ଦେଶ୍ୟ ମଧ୍ୟ ରହିଛି । ତେବେ ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବା ଏବଂ ସେମାନଙ୍କୁ ସଶକ୍ତ କରାଇବା ହେଉଛି ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ । ତେବେ ଭିନ୍ନ ଭିନ୍ନ ଶୈଳୀରେ ଏବେ ମହିଳାଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି ।
ଏହାକୁ ନେଇ ବୁଲଦାନାର ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର ସୁମନ ରାଓତ ଚନ୍ଦ୍ର କହିଛନ୍ତି ଯେ, ମହିଳା ଦିବସ ଅବସରରେ ଗୋଟିଏ ସପ୍ତାହ ପାଇଁ କିଛି ଉଜ୍ଜଳ ଛାତ୍ରୀଙ୍କୁ କଲେକ୍ଟର ହେବାର ସୁଯୋଗ ଦିଆଯିବ । ତେବେ ଟୁଡେଜ୍ କଲେକ୍ଟର ଜିଲ୍ଲା ପରିଷଦ ସ୍କୁଲର ଛାତ୍ରୀ ପୁନମ୍ ଦେଶମୁଖ୍ ଙ୍କୁ କଲେକ୍ଟର ଭାବରେ ଏବେ ସେହି ପଦ ଦିଆଯାଇଛି । ଏହାକୁ ନେଇ କଲେକ୍ଟର ସୁମନ ରାଓତ ଚନ୍ଦ୍ରା କହିଛନ୍ତି ଯେ, ଉକ୍ତ ଛାତ୍ରୀ ଜଣକ ଗୋଟିଏ ଦିନ ପାଇଁ କଲେକ୍ଟର ସିଟ ପାଇଥିବାରୁ ତା ମନରେ ଅନେକ ଆତ୍ମବିଶ୍ୱାସ ଜାଗୃତ ହୋଇଛି । ନିଜକୁ ସଫଳ ମନେ କରିବା ସହ ତାକୁ ଅନେକ ପ୍ରେରଣା ମିଳିଥିବା ସେ ଟ୍ୱିଟ କରି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking