27.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକାକୁ ଭୋଜି କରିବା କହି ଡାକି ନେଇ ନାବାଳକ କଲେ ଏପରି କାମ ...

ନାବାଳିକାକୁ ଭୋଜି କରିବା କହି ଡାକି ନେଇ ନାବାଳକ କଲେ ଏପରି କାମ …

ତେଜପୁର : ଆସାମର ବିଶ୍ୱନାଥ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ୭ ଜଣ ନାବାଳକ ମିଶି ଗଣଦୁଷ୍କର୍ମ କରିବା ସହ ନାବାଳିକା କୁ ହତ୍ୟା କରି ଏକ ଗଛରେ ଝୁଲାଇ ଦେଇଛନ୍ତି । ପୁଲିସ ସୂଚନା ଅନୁସାରେ ଏହି ମାମଲାରେ ସମସ୍ତ ଅଭିଯୁକ୍ତ ହାଇସ୍କୁଲ ଛାତ୍ର ଅଟନ୍ତି ଓ ସେମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିଲେ। ଗତ ଶୁକ୍ରବାର ଦିନ ଜଣେ ଛାତ୍ର ପରୀକ୍ଷା ସରିବା ପରେ ପୀଡ଼ିତାଙ୍କୁ ଭୋଜି କରିବା ନାଁରେ ଡାକିଥିଲେ। ତାଙ୍କୁ ଏକ ଘରକୁ ନେଇ ସେଠାରେ ଶୁକ୍ରବାର ରାତିରେ ୭ ଜଣ ନାବାଳକ ଗଣଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକାଙ୍କୁ ହତ୍ୟା କରି ଘର ନିକଟରେ ଥିବା ଜଙ୍ଗଲରେ ଏକ ଗଛରେ ନାବାଳିକାଙ୍କୁ ଟାଙ୍ଗି ଦେଇଥିଲେ। ଏହା ବିଶ୍ୱନାଥ ଜିଲ୍ଲାର ଗୋହପୁର ଥାନା ଅଧୀନ ଚକ୍‌ଲା ଗ୍ରାମରେ ଗତ ଶୁକ୍ରବାର ରାତିରେ ଘଟିଛି । ପରିବାର ଲୋକେ ଝିଅକୁ ନପାଇ ପୁଲିସରେ ଅଭିଯୋଗ କରିଥିଲେ। ବହୁ ଖୋଜାଖୋଜି କରିବାପରେ ଶନିବାର ଦିନ ପୀଡ଼ିତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିଥିଲା ପୋଲିସ । ଅନ୍ୟପକ୍ଷେ ନାବାଳିକାଙ୍କ ଗ୍ରାମବାସୀ ଏବେ ଗୋହପୁର ଥାନା ଘେରାଉ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସର ଟିମ ଏହି ଘଟଣାରେ ୭ଜଣ ନାବାଳକଙ୍କୁ ଗିରଫ କରିଛି।
https://onakhabar.com/2020/03/03/commit-suside-for-loan/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking