27.1 C
Bhubaneswar
Friday, May 10, 2024
Homeଓଡିଶାଭୁବନେଶ୍ୱର ଏମ୍ସରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋଚପାର

ଭୁବନେଶ୍ୱର ଏମ୍ସରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋଚପାର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ମସ୍ତିଷ୍କ ଜନିତ ଅନେକ ଅସ୍ତ୍ରୋପଚାର କରିବାରେ ଗୌରବ ଆଣିଛି । ହେଲେ ପ୍ରଥମ ଥର ପାଇଁ ୧୪ବର୍ଷ ଶିଶୁ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ସଫତଳା ସହିତ ଅସ୍ତ୍ରୋପଚାର କରିଛନ୍ତି । ଏଭଳି ଅତି ଜଟିଳ ଅସ୍ତ୍ରୋପଚାରରେ ବଡ଼ ଧରଣର ସଫଳତା ହାସଲ କରି ଶିଶୁ ମୁହଁରେ ହସ ଫୁଟାଇ ପାରିଛନ୍ତି । ଯାହାକୁ ନେଇ ଏମ୍ସ ଭୁବନେଶ୍ୱର କର୍ତ୍ତୃପକ୍ଷ ଓ ଡାକ୍ତରଙ୍କୁ ଚାରିଆଡ଼ୁ ପ୍ରଶଂସା ସାଉଁଟିଛନ୍ତି । ଗତ ସପ୍ତାହରେ ଭୁବନେଶ୍ୱର ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗ ଏକ ୧୪ ବର୍ଷର ଶିଶୁର ‘ଆୱେକ୍ ବ୍ରେନ୍ ସର୍ଜାରୀ’ କରାଯାଇଥିଲା । ଏହି ସର୍ଜରୀ ଏଭଳି ଏକ ଜଟିଳ ପ୍ରକ୍ରିୟା ରହିଛି, ଯେଉଁଥିରେ ରୋଗୀ ଚୋତାଶୂନ୍ୟ ହୋଇନଥାଏ । ରୋଗୀର ଅସ୍ତ୍ରୋପଚାର ସମୟରେ ସବୁ ଜାଣିପାରୁଥାଏ । ଯାହାକୁ ଚିକିତ୍ସା ବିଜ୍ଞାନରେ ‘ଆୱେକ୍ କ୍ରାନିଓଟୋମି’ ବୋଲି କୁହାଯାଏ ।

ଟ୍ୟୁମର ପାଇଁ ଶିଶୁଟି ଗତ ୮ ମାସ ଧରି ଅପସ୍ମାର ରୋଗ ସହିତ କଥାବାର୍ତ୍ତା କରିବାରେ ସମସ୍ୟା ରହିଥିଲା । ଏହା ହେଉଛି ଏକ ପ୍ରକାର ପ୍ରଣାଳୀ ଯାହା ଆପଣ ଜାଗ୍ରତ ଏବଂ ସତର୍କ ଥିବାବେଳେ ମସ୍ତିଷ୍କରେ କରାଯାଏ । ଅସ୍ତ୍ରୋପଚାରର ମୁଖ୍ୟ ପ୍ରଫେସର ଆରଏନ୍ ସାହୁଙ୍କ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିଲା । ନ୍ୟୁରୋ ସର୍ଜରୀ ଏବଂ ଆନାସ୍ଥେସିଓଲୋଜିର ଡାକ୍ତର ନତାଶା ମିଶ୍ର । ଏହି ମସ୍ତିଷ୍କ ଅସ୍ତ୍ରୋପଚାରରେ ଅପସ୍ମାର ରୋଗର (ସ୍ନାୟୁଗତ)ଅବସ୍ଥାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ମସ୍ତିଷ୍କର କ୍ଷେତ୍ର ଯେଉଁଠାରେ ସମସ୍ୟା ରହିଛି । ରୋଗୀର ଜାଗ୍ରତ ସମୟରେ ଜଣାପଡ଼ିଥାଏ । ଏପରିକି ରୋଗୀ କଥାବାର୍ତ୍ତା ହେଲେ ମସ୍ତିଷ୍କର ଗତିବିଧି ଓ ରୋଗ ସମ୍ପର୍କରେ ଜଣାପଡ଼ିଥାଏ । ରୋଗୀ ଜାଗ୍ରତ ରହିଲେ ମଧ୍ୟ ଯନ୍ତ୍ରଣା ମୁକ୍ତ ରହିଥାଏ ।

ଯେଉଁଥିରେ ଅସ୍ତ୍ରୋପଚାର ଟେକ୍ନିକାଲ ଟିମ୍‌ର ବଡ଼ ଆହ୍ୱାନ ରହିବା ସହିତ ଆନାସ୍ଥେସିଓଲୋଜିଷ୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିଁକା ରହିଛି । ଅସ୍ତ୍ରୋପଚାର ସମୟରେ ସର୍ଜନ ରୋଗୀଙ୍କୁ ପ୍ରଶ୍ନ ପଚାରିପାରନ୍ତି । ଯାହାକି ରୋଗୀର ପ୍ରତିକ୍ରିୟା କରୁଥିବା ସମୟରେ ମସ୍ତିଷ୍କରେ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ । ଏହି ପ୍ରକାର ପ୍ରକ୍ରିୟା ପିଲାଙ୍କଠାରେ କରିବା ପ୍ରାୟତଃ କଷ୍ଟକର । ଯେଉଁମାନେ ଏହି ପ୍ରକ୍ରିୟା ସହିତ ଜଡିତ ମାନସିକ ଚାପକୁ ସମ୍ଭାଳିବାକୁ ପ୍ରସ୍ତୁତ ନୁହଁନ୍ତି । ଯଦିଓ ନ୍ୟୁରୋ ସର୍ଜରୀ ବିଭାଗ ପୂର୍ବରୁ ଏହି ପ୍ରକାରର ପ୍ରକ୍ରିୟା କରିସାରିଛି । କିନ୍ତୁ ଏହା ପ୍ରଥମ ଥର ପାଇଁ ଓଡ଼ିଶା ଏକ ଛୋଟ ପିଲାରେ ଅସ୍ତ୍ରୋପଚାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking