34.1 C
Bhubaneswar
Saturday, April 27, 2024
Homeଓଡିଶାବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

ଭୁବନେଶ୍ୱର: ପାଠ ପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ମହାନଗର ଅଂଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ସଂଜୟ ସିଂହ ସୂଚନା ପ୍ରଦାନ କରିଛନ୍ତି । ପାଠପଢା ପାଇଁ ବିଦେଶ ଯିବାକୁ ଇଛୁକ ପିଲା ଅସୁବିଧା ଭୋଗୁଛନ୍ତି । ଟିକା ନେଇନଥିଲେ ବିଦେଶ ଯିବାକୁ ଅନୁମତି ନଥିବାରୁ ବ୍ୟବସ୍ଥା କରାଯିବ । ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠାରୁ ବ୍ୟବସ୍ଥା କରାଯିବ । ଏଭଳି ଛାତ୍ରଛାତ୍ରୀ ୧୯୨୯କୁ ଫୋନ କରି ରେଜିଷ୍ଟ୍ରେସନ କରିପାରିବେ । ପଂଜୀକରଣ କଲାପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ହେବ । ବିଏମସି ଅକ୍ସିଜେନ କନସେନଟ୍ରେଟର ଯୋଗାଇବ ବୋଲି ସେ କହିଛନ୍ତି । ଏଥିପାଇଁ ଏକ ଆପ୍ ପ୍ରସ୍ତୁତ ହେବ, ଯେଉଁମାନେ ଚାହିଁବେ ନେଇପାରିବେ । ଜୁନ ୪ ପର୍ଯ୍ୟନ୍ତ ବିଏମସି  ଅଂଚଳରେ ୮ ଲକ୍ଷ ୫୭ ହଜାର ଡୋଜ୍ ଟିକା ଦିଆଗଲାଣି । ସ୍ୱାସ୍ଥ୍ୟକର୍ମୀ ୩୫୪୨୯, ସମ୍ମୁଖ କର୍ମୀଙ୍କୁ ୪୮୪୧୦ ଡୋଜ୍ ଦିଆଯାଇଛି । ୪୫ରୁ ଅଧିକ ବର୍ଷର ବର୍ଗରେ ପ୍ରଥମ ଡୋଜ୍ ୩.୩୮ ଲକ୍ଷ ଓ ୨ୟ ଡୋଜ୍ ୨.୧୧ ଲକ୍ଷ ନେଲେଣି । ୧୮ରୁ ୪୪ ବୟସ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍ ମିଳିଛି । ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ମିଳିବ । ବାକି ଥିବା ୧୮ରୁ ୪୪ ବର୍ଗ ପ୍ରଥମ ଡୋଜ ନିମନ୍ତେ ଖୁବଶୀଘ୍ର ବ୍ୟବସ୍ଥା ହେବ । ଗହଳି ହେଉଥିବା ମାର୍କେଟ ଅଂଚଳରେ କାଲିଠାରୁ ମୋବାଇଲ ଭ୍ୟାନରେ ଟେଷ୍ଟିଂ ହେବ । ବିଭିନ୍ନ ମାଛ, ମାଂସ, ପରିବା ମାର୍କେଟରେ ଭ୍ୟାନ ପହଂଚିବ ଓ ଟେଷ୍ଟିଂ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking