30.1 C
Bhubaneswar
Thursday, May 2, 2024
Homeବଲିଉଡଭୁଲ୍‌ ଭୁଲେୟାଁ ୩ ନଜର ଆସିବେ ତୃପ୍ତି ଡିମ୍‌ରି

ଭୁଲ୍‌ ଭୁଲେୟାଁ ୩ ନଜର ଆସିବେ ତୃପ୍ତି ଡିମ୍‌ରି

ମୁମ୍ବାଇ : ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ରେ ଲାଇମ୍‌ଲାଇଟରେ ଥିଲେ ତୃପ୍ତି ଡିମ୍‌ରି। ସେହି ଫିଲ୍ମରେ ଅଭିନୟ କରିବା ପରେ ରାତାରାତି ‘ନେସ୍‌ନାଲ୍‌ କ୍ରସ୍‌’ ପାଲଟିଗଲେ ତୃପ୍ତି। ନିଜର ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଖୁବ୍‌ କମ୍‌ ସମୟରେ ସେ ଦର୍ଶକଙ୍କ ମନର ରାଣୀ ସାଜିଗଲେ। ବର୍ତ୍ତମାନ ତୃପ୍ତିଙ୍କର ଏହି ‌ଲୋକପ୍ରିୟତା ତାଙ୍କୁ ଆର୍ଥିକ ସ୍ତରରେ ବି ସହାୟ ‌ହେଉଛି। କାହିଁକି ନା, ‘ଆନିମଲ୍‌’ ପରେ ନିଜର ପାରିଶ୍ରମିକକୁ ଦ୍ବିଗୁଣ ବଢ଼ାଇ ଦେଇଛନ୍ତି ଅଭିନେତ୍ରୀ। ଆପଣ ଜାଣିଥିବେ ନିଶ୍ଚୟ ଯେ ତୃପ୍ତି ଆଗକୁ ‘ଭୁଲ୍‌ ଭୁଲେୟାଁ ୩’ରେ ନଜର ଆସିବେ। ଏଥିରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ନାୟିକା ସାଜିବେ। ଶୁଣିବାକୁ ମିଳୁଛି ଯେ ଲୋକପ୍ରିୟତା ବୃଦ୍ଧି ହେବା ସହ ତୃପ୍ତି ନିଜର ପାରିଶ୍ରମିକ ବୃଦ୍ଧି କରିବାକୁ ବି ଦାବି କରିଥିଲେ। ନିର୍ମାତା ମଧ୍ୟ ତାଙ୍କ କଥାରେ ରାଜି ହୋଇଯାଇଛନ୍ତି। ଏହି ଭାଗରେ ତୃପ୍ତିଙ୍କ ବ୍ୟତୀତ ଅଭିନେତ୍ରୀ ବିଦ୍ୟା ବାଲନ ବି ନଜର ଆସିବେ। ଫିଲ୍ମଟି ୨୦୨୪ ମସିହା ଦୀପାବଳିରେ ମୁକ୍ତିଲାଭ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking