37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆଜି ଆସିପାରେ ବିଜେପିର ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେପିର ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ନେଇ ସରଗରମ ଦେଶର ରାଜନୀତି । ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳ । ବିଜେପି ଓ କଂଗ୍ରେସ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି । ଆଜି(ସୋମବାର) ବିଜେପି ଜାରି କରିପାରେ ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା । ବାକି ଥିବା ରାଜ୍ୟଗୁଡ଼ିକରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାମ ଆସିବାର ସମ୍ଭାବନା ରହିଛି । କାହିଁକି ନା ପୂର୍ବରୁ ଘୋଷଣା ହୋଇଥିବା ଦୁଇଟି ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନଥିଲା ।ଅନ୍ୟପଟେ ଆଜି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ବାହାରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟିରେ ମୋହର ଲାଗିଥିବା ତାଲିକା ନେଇ ଦିଲ୍ଲୀ ଯାଇଛନ୍ତି ମନମୋହନ । ସେ କେନ୍ଦ୍ର ସଂସଦୀୟ ବୋର୍ଡକୁ ତାଲିକା ପ୍ରଦାନ କରିବାର ସମ୍ଭାବନା ରହିଛି । ତେଣୁ ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ଲୋକସଭା ନିର୍ବାଚନ ନେଇ ଓଡ଼ିଶା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ତାଲିକାରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ଦଳ ।ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା ବିଜେପି । ପ୍ରଥମ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୨ ତାରିଖରେ ଜାରି କରିଥିଲା ଦଳ । ୧୮ ରାଜ୍ୟରେ ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ମାର୍ଚ୍ଚ ୧୩ ତାରିଖରେ ଦ୍ବିତୀୟ ପର୍ୟ୍ୟାୟରେ ୭୨ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking