39.1 C
Bhubaneswar
Friday, April 26, 2024
Homeଓଡିଶାପ୍ରାର୍ଥୀ ନଥିଲେ ମନୋନୟନ ପ୍ରକ୍ରିୟାରେ ପଦପୂରଣ ହେବ

ପ୍ରାର୍ଥୀ ନଥିଲେ ମନୋନୟନ ପ୍ରକ୍ରିୟାରେ ପଦପୂରଣ ହେବ

ଜାନୁଆରୀ ୨୯ରୁ ୩୧ ମଧ୍ୟରେ ନାମାଙ୍କନ ଦାଖଲ
ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବେ ସେଠାରେ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ପୁନଃ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏନେଇ ଆଗାମୀ ୨୯ରୁ ୩୧ ମଧ୍ୟରେ ନାମାଙ୍କନ ଦାଖଲ ହେବ । ସେହିପରି ଫେବ୍ରୁଆରୀ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହିତ ୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏହାପରେ ଯଦି କୌଣସି ଆସନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନକରନ୍ତି, ତାହେଲେ ସରପଞ୍ଚ ଓ ୱାର୍ଡମେମ୍ବର ପଦବୀ ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳ ଖାଲି ରହିଥିବା ପଦବୀରେ ପ୍ରାର୍ଥୀଙ୍କୁ ମନୋନୀତ କରିବେ । ଅନ୍ୟପକ୍ଷରେ ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ କ୍ଷେତ୍ରରେ ଖାଲି ରହିଥିବା ପଦବୀ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତିରାଜ୍ ବିଭାଗ ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବ ।
ମଙ୍ଗଳବାର ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ନାମାଙ୍କନ ପତ୍ର ଦାଖଲ ହୋଇ ନଥିବା ନିର୍ବାଚନ କ୍ଷେତ୍ରରେ କିମ୍ବା ଯେଉଁ ନିର୍ବାଚନ କ୍ଷେତ୍ରରେ ନାମାଙ୍କନ ପତ୍ର ଯାଞ୍ଚବେଳେ ସବୁ ନାମାଙ୍କନ ପତ୍ର ନାକଚ ହୋଇଯାଇଥିବ ସେସବୁ ଆସନରେ ନିର୍ବାଚନ ନିମନ୍ତେ ପୁନଃ ବିଜ୍ଞପ୍ତି ପ୍ରକାଶପାଇଛି । ଜାନୁଆରୀ ୩୦ ସରକାରୀ ଛୁଟି ଦିବସ ସତ୍ତ୍ୱେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିବ ଓ ନାମାଙ୍କନ ପତ୍ର ଦାଖଲ ହେବ । ବିଜ୍ଞପ୍ତି ଅନୁସାରେ ୱାର୍ଡମେମ୍ବର ଓ ସରପଞ୍ଚ ପଦ ନିମନ୍ତେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଗାମୀ ୨୭ ପୂର୍ବାହ୍ନ ୧୦ଟାରେ ସଂପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ୱାର୍ଡରେ ନୋଟିସ୍ ଜାରିହେବ । ସେହିପରି ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଗାମୀ ୨୭ ପୂର୍ବାହ୍ନ ୧୦ଟାରେ ନୋଟିସ୍ ଜାରିହେବ ।

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ୨୯ରୁ ୩୧ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ୧ ଫେବ୍ରୁଆରୀ ପୂର୍ବାହ୍ନ ୧୧ଟାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ ପାଇବ । ୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ବ୍ଲକ୍ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇପାରିବ ଓ ସେହିଦିନ ୩ଟା ପରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ । ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ପଦ ନିମନ୍ତେ ଉପଜିଲ୍ଲାପାଳ, ବ୍ଲକ୍ କାର୍ଯ୍ୟାଳୟରେ ଆଗାମୀ ୨୭ ନୋଟିସ୍ ଜାରିହେବ ଏବଂ ପ୍ରାର୍ଥୀପତ୍ର ଦାଖଲ, ପ୍ରତ୍ୟାହାର ଓ ଛୁଡ଼ାନ୍ତ ତାଲିକା ପ୍ରକାଶ ସମିତି ସଭ୍ୟଭଳି ତାରିଖ ଓ ସମୟରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking