26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ହ୍ରାସ ପାଉଛି କରୋନା, ଆସିପାରେ ଚତୁର୍ଥ ଲହର : ସ୍ୱାସ୍ଥ୍ୟ ବିଶେଷଜ୍ଞ

ରାଜ୍ୟରେ ହ୍ରାସ ପାଉଛି କରୋନା, ଆସିପାରେ ଚତୁର୍ଥ ଲହର : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ଟ୍ରେଣ୍ଡ ଲଗାତର ଭାବେ ତଳମୁହାଁ ରହିଛି । ଆକଳନ ସମୟର ୬ ଦିନ ପୂର୍ବରୁ ପିକ୍ ହୋଇ ସଂକ୍ରମଣ ହ୍ରାସ ପାଉଛି । ଆଗାମୀ ଦିନରେ ଆହୁରି କମିବ । ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ପ୍ରତିହତ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ତେବେ ଓମିକ୍ରନରେ କୋଭିଡ୍ ସରିବନି । ଚତୁର୍ଥ ଲହର ବି ଆସିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି । ତୃତୀୟ ଲହରରେ ବୟସ୍କ ବ୍ୟକ୍ତି ଅଧିକ ଆକ୍ରାନ୍ତ ହେଉଛନ୍ତି । ସ୍ନାୟୁଜନିତ ରୋଗୀ ଅଧିକ ଗୁରୁତର ହେଉଥିବା ଦେଖାଯାଉଛି । ସେହିପରି ୨ୟ ଲହର ଅପେକ୍ଷା ୩ୟ ଲହରରେ ବୟସ୍କଙ୍କ ଲକ୍ଷଣ ଭିନ୍ନ ।

ଖାଇବା ପିଇବା ବନ୍ଦ କରିବା, ଦୁର୍ବଳ ଲାଗିବା, ଝାଡ଼ାବାନ୍ତି ଆଦି ଏହାର ଲକ୍ଷଣ । ଲକ୍ଷଣର ୨ ଦିନ ପୂର୍ବରୁ ଓ ଆକ୍ରାନ୍ତର ୩ ଦିନ ଯାଏଁ ସଂକ୍ରମିତ ହୋଇପାରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ରାଜ୍ୟରେ ଏହି ଟ୍ରେଣ୍ଡ ଜାରି ରହିଲେ ସଂକ୍ରମଣ ଆଗକୁ କମିବ । ବର୍ତ୍ତମାନ ସଂକ୍ରମଣ କମିବା ସହ ପଜିଟିଭ ହାର, ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । କେବଳ ସହରରେ ନୁହେଁ, ଗାଁରେ ମଧ୍ୟ କରୋନା ସଂକ୍ରମଣ ରହିଛି । ତେଣୁ ସଂକ୍ରମଣ କମିଲେ ବି ସତର୍କ ରହିବା ନିହାତି ଆବଶ୍ୟକ । ରାଜ୍ୟବାସୀ କୋଭିଡ୍ କଟକଣା ମାନିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking