32.1 C
Bhubaneswar
Saturday, May 4, 2024
Homeଅପରାଧସ୍ୱାମୀ ଘରେ ନ ଥିଲା ସ୍ତ୍ରୀଙ୍କୁ ଧମକ, ବନ୍ଧା ହେଲେ ଯୁବକ

ସ୍ୱାମୀ ଘରେ ନ ଥିଲା ସ୍ତ୍ରୀଙ୍କୁ ଧମକ, ବନ୍ଧା ହେଲେ ଯୁବକ

ଭୁବନେଶ୍ୱର: ତମାଣ୍ଡୋ ଥାନା ଅନ୍ତର୍ଗତ ଶଙ୍କରପୁର ମୌଜା କଳିଙ୍ଗ ବିହାର କେ-୪ରେ ଜଣେ ମହିଳାଙ୍କ ସ୍ୱାମୀ ଘରେ ନଥିଲା ବେଳେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ତାଙ୍କ ପଡୋଶୀର ଧମକ ଚମକ ଦେବା ସହ ଘରେ ପଶି ଫୋପଡା ଫିଙ୍ଗା ଅଭିଯୋଗରେ ପୁଲିସ ସମ୍ପୃକ୍ତ ପଡୋଶୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେ ହେଲେ ସୋମନାଥ ମଲ୍ଲୀକ । ସୂଚନାଯୋଗ୍ୟ, ଘଟଣା ଦିନ ଅଭିଯୋଗକାରିଣୀଙ୍କ ସ୍ୱାମୀ ଘରେ ଅନୁପସ୍ଥିତ ଥିବା ବେଳେ, ଅଭିଯୁକ୍ତ ଜଣକ ପୂର୍ବ ବିବାଦକୁ କେନ୍ଦ୍ରକରି ଏକ ଧାରୁଆ ଛୁରୀ ନେଇ ତାଙ୍କ ଘରେ ପଶି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ରୋଷେଇ ଘରେ ଥିବା ଜିନିଷପତ୍ର ସବୁକୁ ଫୋପଡାଫିଙ୍ଗା କରିଥିଲେ ଏବଂ ଜୀବନରୁ ମାରିଦେବା ଲାଗି ଧମକ ମଧ୍ୟ ଦେଇଥିଲେ ।

ଏହି ଘଟଣାରେ ଭୟଭୀତ ହୋଇ ଅଭିଯୋଗକାରିଣୀ ଜଣକ ପିସିଆରକୁ ସୂଚନା ଦେଇଥିଲେ । ସୂଚନା ପାଇ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଅଭିଯୁକ୍ତ ଜଣକ ପିସିଆର କର୍ମଚାରୀଙ୍କୁ ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାର ଅଭିଯୋଗ ପରେ, ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking