29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକୋଭାକ୍ସିନ ବୁଷ୍ଟର ଡୋଜ୍ ରିସର୍ଚ୍ଚ ଚାଲିଛି

କୋଭାକ୍ସିନ ବୁଷ୍ଟର ଡୋଜ୍ ରିସର୍ଚ୍ଚ ଚାଲିଛି

ନୂଆଦିଲ୍ଲୀ: କୋଭାକ୍ସିନ ବୁଷ୍ଟର ଡୋଜ୍ ନେଇ ଆଇସିଏମଆର  ଡିଜି ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି, ବୁଷ୍ଟର ଡୋଜ୍ ନେଇ ବର୍ତମାନ ଗବେଷଣା ଚାଲୁ ରହିଛି । ୨ଟି ଡୋଜ୍ ନେଲା ପରେ କେତେଦିନ ଯାଏ ପ୍ରଭାବ ରହୁଛି, ଦେଖାଯାଉଛି । ଶରୀରରେ କେତେ ପରିମାଣର ଆଣ୍ଟିବଡି ହେଉଛି , ତାହା ଦେଖାଯାଉଛି । ଏନେଇ ରିସର୍ଚ୍ଚ ସରିଲା ପରେ ବୁଷ୍ଟର ଡୋଜ୍ ବିଷୟରେ କୁହାଯାଇପାରିବ ।

ସୂଚନାଯୋଗ୍ୟ , ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ୧୧୧ ଦିନ ମଧ୍ୟରେ ସବୁଠାରୁ କମ୍‍ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି। ସେହିଭଳି ଦିନକରେ ୫୧,୮୬୪ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଦୈନିକ ସୁସ୍ଥ ହେବା ସଂଖ୍ୟା ଲଗାତର ୫୪ ଦିନ ଧରି ଆକ୍ରାନ୍ତଙ୍କ ଠାରୁ ଯଥେଷ୍ଟ ଅଧିକ ରହୁଛି। ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୨,୯୭,୫୨,୨୯୪ ଜଣ ସୁସ୍ଥ ହୋଇସାରିଲେଣି । କରୋନା ସଂକ୍ରମଣରୁ ସୁସ୍ଥ ହେବା ହାର ୯୭.୧୭%କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଦେଶରେ ସାପ୍ତାହିକ ସଂକ୍ରମଣ ହାର ହାରାହାରି ୨.୪% ରହିଥିବା ଜଣାଯାଇଛି। ସେହି ସମୟରେ ଦୈନିକ ସଂକ୍ରମଣ ହାର ହାରାହାରି ୨.୧୧% ରହିଛି ଏବଂ କ୍ରମାଗତ ୧୫ ଦିନ ହେଲା ଏହା ୩% ତଳେ ରହୁଛି। ଇତିମଧ୍ୟରେ ସମୁଦାୟ ଦେଶରେ ୪୨.୧୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୫.୭୫ କୋଟି ପାନ ଟିକା ଦିଆଯାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking