32.1 C
Bhubaneswar
Thursday, May 2, 2024
Homeଖାଦ୍ୟଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଭୁବନେଶ୍ୱର, ହାର୍ଦ୍ଦିକ ଉଠିଲେ, ଟପ୍‌-୧୦କୁ ଫେରିଲେ କୋହଲି

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଭୁବନେଶ୍ୱର, ହାର୍ଦ୍ଦିକ ଉଠିଲେ, ଟପ୍‌-୧୦କୁ ଫେରିଲେ କୋହଲି

ଦୁବାଇ: ଗତ ରବିବାର ପାକିସ୍ତାନ ବିପକ୍ଷ ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌ରେ ୮୨ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିବା ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କୁ ବୁଧବାର ଆଇସିସି ପକ୍ଷରୁ ଜାରି ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଜୋର୍‌ଦାର ଲାଭ ମିଳିଛି । ପାଞ୍ଚିଟି ସ୍ଥାନର ଉନ୍ନତି ସହ କୋହଲି (୯ମ) ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଟପ୍‌-୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଅନ୍ୟତମ ଷ୍ଟାର୍ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡ ଓପ୍ନର୍ ଡେଭନ୍ କନ୍‌ୱେ (୮୩୧) ତାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ପାକିସ୍ତାନ ୱିକେଟ୍‌କିପର୍ ମହମ୍ମଦ ରିଜ୍‌ୱାନ୍ (୮୪୯) ନିଜ ଶୀର୍ଷସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ ମଧ୍ୟ ରେଟିଂ ପଏଣ୍ଟ୍‌ରେ ତାଙ୍କୁ କ୍ଷତି ସହିବାକୁ ପଡ଼ିଛି । ବ୍ୟାଟିଂ ସୂଚୀର ଟପ୍‌-୧୦ରେ ରିଜ୍‌ୱାନ୍ ଓ କନ୍‌ୱେ ପ୍ରଥମ ଦୁଇଟି ସ୍ଥାନରେ ଥିବାବେଳେ ସୂର୍ଯ୍ୟକୁମାର, ବାବର ଆଜମ୍ ଏବଂ ଆଇଦେନ୍ ମାର୍କରାମ୍ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି ।

ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି । ଆଫଗାନିସ୍ତାନ ସ୍ପିନର୍ ରଶିଦ୍ ଖାନ୍ ଅଷ୍ଟ୍ରେଲିଆ ପେସର୍ ଜୋଶ୍ ହେଜଲ୍‌ଉଡ୍‌ଙ୍କୁ ପଛରେ ପକାଇ ଶୀର୍ଷସ୍ଥାନ କବ୍‌ଜା କରିଛନ୍ତି । ରଶିଦ୍‌ଙ୍କ ରେଟିଂ ପଏଣ୍ଟ ୭୦୨ ହୋଇଥିବା ବେଳେ ହେଜଲ୍‌ଉଡ୍ ୬୯୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସିଯାଇଛନ୍ତି । ଭାରତୀୟ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାର ଦୁଇଟି ସ୍ଥାନର ଲମ୍ଫ ପ୍ରଦାନ କରି ଦଶମ ସ୍ଥାନ ସହ ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ରେ ହାଦ୍ଦିକ ପାଣ୍ଡ୍ୟା ତିନିଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି । ବାଂଲାଦେଶ କ୍ୟାପ୍‌ଟେନ୍ ସାକିବ୍‌-ଅଲ୍‌-ହସନ୍ ଏହି ତାଲିକା ଶୀର୍ଷରେ କାଏମ ଥିବାବେଳେ ଆଫଗାନିସ୍ତାନ କ୍ୟାପ୍‌ଟେନ୍ ମହମ୍ମଦ ନବୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking