37.1 C
Bhubaneswar
Friday, May 17, 2024
Homeଖେଳଆଜି ଭାରତ-ନେଦରଲାଣ୍ଡ୍‌ସ ମ୍ୟାଚ୍‌

ଆଜି ଭାରତ-ନେଦରଲାଣ୍ଡ୍‌ସ ମ୍ୟାଚ୍‌

ସିଡ୍‌ନୀ: ଚିତ ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଗୁରୁବାର ଗ୍ରୁପ୍‌-ବି’ର ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁବାର ନେଦରଲାଣ୍ଡ୍‌ସକୁ ଭେଟିବ । ପୂର୍ବରୁ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଦୃଢ଼ ମନୋବଳରେ ଥିବା ଟିମ୍ ଏହି ମ୍ୟାଚ୍ ଜିତି ପଏଣ୍ଟ୍ ଟେବଲ୍ ଶୀର୍ଷକୁ ଉଠିବା ସହ ସେମିଫାଇନାଲ୍ ପାଇଁ ନିଜ ଦାବିକୁ ମଜଭୁତ କରିବାକୁ ଚାହିଁବ । ରୋହିତ ସେନା ଅବଶ୍ୟ କୌଣସି ମ୍ୟାଚ୍‌କୁ ହାଲୁକାରେ ନେବାକୁ ଭୁଲ କରିବ ନାହିଁ । ଅନ୍ୟପକ୍ଷରେ ଟି-୨୦ ଫର୍ମାଟ୍‌ରେ ଭାରତକୁ ପ୍ରଥମ ଥର ପାଇଁ ଭେଟୁଥିବା ନେଦରଲାଣ୍ଡ୍ ଏହି ମ୍ୟାଚ୍ ଜିତି ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବାକୁ ଚାହିଁବ । କାରଣ ପ୍ରଥମ ମ୍ୟାଚ୍‌ରେ ଟିମ୍ ବାଂଲାଦେଶଠାରୁ ୯ ରନ୍‌ରେ ପରାଜିତ ହୋଇଥିଲା । ଆସନ୍ତାକାଲିର ମ୍ୟାଚ୍ ହାରିଲେ ଏହି ୟୁରୋପୀୟ ଟିମ୍‌ର ସେମିଫାଇନାଲ୍ ସମୀକରଣ ସମ୍ପୂର୍ଣ୍ଣ ବିଗିଡ଼ିଯିବ । ଏଭଳି ସ୍ଥିତିରେ ଟିମ୍ ସମସ୍ତ ଶକ୍ତି ଲଗାଇ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିବ ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅବିସ୍ମରଣୀୟ ବିଜୟ ପରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ସହଜ ଭାବେ ଜିତିବାକୁ ଲକ୍ଷ୍ୟ ରଖିବ । ଏହି ମ୍ୟାଚ୍ ପାଇଁ ପାକିସ୍ତାନ ବିପକ୍ଷରେ ଖେଳିଥିବା ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାଉଥ୍ ଆଫ୍ରିକା ମ୍ୟାଚ୍ ପୂର୍ବରୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ତେବେ ବୁଧବାର ସିଡ୍‌ନୀରେ ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ମିଡିଆ ସହ ଆଲୋଚନା ବେଳେ ଟିମ୍‌ର ବୋଲିଂ କୋଚ୍ ପାରସ ମାହାମ୍ବ୍ରେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଟିମ୍‌ର କୌଣସି ଖେଳାଳି ବିଶ୍ରାମ ନେବାକୁ ଚାହୁଁ ନଥିବା ବେଳେ ମ୍ୟାନେଜମେଣ୍ଟ୍ ମଧ୍ୟ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ ମାହାମ୍ବ୍ରେ ଟିମ୍‌ର ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଫାଷ୍ଟ୍ ବୋଲର୍ ଅର୍ଶଦୀପ ସିଂହଙ୍କ ଜୋର୍‌ଦାର ପ୍ରଶଂସ ମଧ୍ୟ କରିଛନ୍ତି । ସେ କହିଛନ୍ତି, ହାର୍ଦ୍ଦିକ ଟିମ୍‌କୁ ବିକଳ୍ପ ଦେବା ସହ ସ୍ଥିରତା ମଧ୍ୟ ପ୍ରଦାନ କରୁଛନ୍ତି ।

ସେହିପରି ଚାରି ଓଭର୍ ମଧ୍ୟ ବୋଲିଂ କରୁଛନ୍ତି । ହାର୍ଦ୍ଦିକ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତିନିଟି ୱିକେଟ୍ ହାସଲ କରିବା ସହ ୪୦ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ କରିଥିଲେ । ୧୬୦ ରନ୍‌ର ପିଛାକରି ବିରାଟ କୋହଲିଙ୍କ ସହ ମିଶି ମ୍ୟାଚ୍ ବିଜୟୀ ଶତକୀୟ ପାର୍ଟନର୍‌ଶିପ୍ ମଧ୍ୟ ଛିଡ଼ା କରିଥିଲେ । ଯୁବ ଅର୍ଶଦୀପଙ୍କର ମଧ୍ୟ ବୋଲିଂ କୋଚ୍ ପ୍ରଶଂସା କରିଥିଲେ । ତାଙ୍କ ନିକଟରେ ଚାପକୁ ସାମ୍ନା କରିବାର ସୁନ୍ଦର କ୍ଷମତା ରହିଛି ଏବଂ ପ୍ରଦର୍ଶନରେ ସୁଧାର ପାଇଁ ଲଗାତାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ । ସେହିପରି ଅଶ୍ୱିନଙ୍କ ବୁଦ୍ଧି ଏବଂ ଚିନ୍ତାଶକ୍ତିଙ୍କୁ ମାହାମ୍ବ୍ରେ ପ୍ରଶଂସା କରିଥିଲେ ।

ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (କ୍ୟାପ୍‌ଟେନ୍‌), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ହର୍ଷଲ୍ ପଟେଲ୍‌, ମହମ୍ମଦ ଶମୀ, ଅର୍ଶଦୀପ ସିଂହ ।
ନେଦରଲାଣ୍ଡ୍‌ସ ସମ୍ଭାବ୍ୟ ଏକାଦଶ: ସ୍କଟ୍ ଏଡ୍‌ୱାର୍ଡସ (କ୍ୟାପ୍‌ଟେନ୍‌), କଲିନ୍ ଏକରମ୍ୟାନ୍‌, ଶରିଜ୍ ଅହମ୍ମଦ, ଲୋଗାନ୍ ବେନ୍ ବିକ୍‌, ଟମ୍ କୁପର୍‌, ବ୍ରେଣ୍ଡନ୍ ଗ୍ଲୋଭର୍‌, ଟିମ୍ ଭାନ୍ ଡର୍ ଗୁଗ୍‌ଟେନ୍‌, ଫ୍ରେଡ୍ କ୍ଲାସେନ୍‌, ବାସ୍ ଡି ଲିଡେ, ପଲ୍ ଭାନ୍ ମିକେରେନ୍‌, ରୁଲୋଫ୍ ଭାନ୍ ଡର୍ ମର୍ଭ, ଷ୍ଟିଫେନ୍ ମାୟବର୍ଗ, ତେଜା ନିଦାମାନୁରୁ, ମ୍ୟାକ୍ସ ଓ’ଡାଡ୍‌, ଟିମ୍ ପ୍ରିଙ୍ଗଲ୍‌, ବିକ୍ରମ ସିଂହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking