37.1 C
Bhubaneswar
Friday, May 17, 2024
Homeଖେଳଇସ୍ତାନବୁଲ୍‌ରେ ହୋଇପାରେ ଆଇପିଏଲ୍ ମିନି ଅକ୍ସନ୍

ଇସ୍ତାନବୁଲ୍‌ରେ ହୋଇପାରେ ଆଇପିଏଲ୍ ମିନି ଅକ୍ସନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ମିନି ଅକ୍ସନ୍ ତୁର୍କୀର ଇସ୍ତାନବୁଲ୍ କରିବାକୁ ଯୋଜନା କରୁଛି । ବୋର୍ଡ ଏଥିପାଇଁ ଇସ୍ତାନବୁଲ୍ ବ୍ୟତୀତ ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରବାଦକୁ ବାଛିଛି । ତେବେ ନୂତନ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲ୍‌ଙ୍କ ନେତୃତ୍ୱରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍‌ସିଲ୍ ଏ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବ। ଇସ୍ତାନବୁଲ୍‌ରେ ଆଇପିଏଲ୍ ଅକ୍ସନ୍ ପାଇଁ ବିସିସିଆଇ କମିଟି ଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଛି। ଫ୍ରାଞ୍ଚାଇଜିଙ୍କ ସହମିତ ମିଳିବା ପରେ ବୋର୍ଡ ଭେନ୍ୟୁ ଉପରେ ମୋହର ଲଗାଇବ ।

ଯଦି ଇସ୍ତାନ୍‌ବୁଲ୍ ଉପରେ ସହମତି ନହୁଏ, ତେବେ ବେଙ୍ଗାଲୁରୁରେ ଆଇପିଏଲ୍ ମିନି ଅକ୍ସନ୍ କରାଯିବ । ମିଡିଆ ରିପୋର୍ଟ ଅନୁସାରେ ଏହି ମିନି ଅକ୍ସନ୍ ଡିସେମ୍ବର ୧୬ ତାରିଖରେ ହୋଇପାରେ । ତେବେ ବିସିସିଆଇ ଔପଚାରିକ ଭାବେ ଏ ନେଇ କୌଣସି ଘୋଷଣା କରିନାହିଁ । ତେବେ ନଭେମ୍ବର ସୁଦ୍ଧା ରିଟେନ୍ ଖେଳାଳି ତାଲିକା ପଠାଇବା ପାଇଁ ସମସ୍ତ ୧୦ ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କୁ ବୋର୍ଡ ପକ୍ଷରୁ କୁହାଯାଇଛି । ଗତବର୍ଷ ମେଗା ଅକ୍ସନ୍ ହୋଇଥିବା ବେଳେ ଚଳିତ ବର୍ଷ ମିନି ଅକ୍ସନ୍ କରାଯିବ ।

ଅର୍ଥାତ୍ ଟିମ୍‌ଗୁଡ଼ିକ ନିଜର କେତେକ ପସନ୍ଦର ଖେଳାଳିଙ୍କୁ ନିଜ ପାଖରେ ରଖିପାରିବେ । ସେହିପରି ମିନି ଅକ୍ସନ୍ ପାଇଁ ଟିମ୍‌ଗୁଡ଼ିକର ପର୍ସରେ ୫ କୋଟି ଟଙ୍କା ବୃଦ୍ଧି କରାଯାଇଛି । ଗତବର୍ଷ ଖେଳାଳି କିଣିବା ନିମନ୍ତେ ପ୍ରତ୍ୟେକ ଟିମ୍ ପାଇଁ ୯୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ୯୫ କୋଟି ଟଙ୍କା ହୋଇଛି । ୨୦୨୩ ଆଇପିଏଲ୍ ମାର୍ଚ୍ଚର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ମେ ଶେଷ ପର୍ଯ୍ୟନ୍ତ ଚାଲିବା ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking