39.1 C
Bhubaneswar
Friday, April 26, 2024
Homeଅପରାଧଦୁଇ ଭଉଣୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲା ଭାଇ

ଦୁଇ ଭଉଣୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲା ଭାଇ

ନୂଆଦିଲ୍ଲୀ: ସୋମବାର ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ନିଜର ଦୁଇ ଭଉଣୀଙ୍କୁ ମାରିବା ପରେ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି । ଚନ୍ଦ୍ରାୟନଗତ୍ତ ପୋଲିସ ଷ୍ଟେସନ ଅନ୍ତର୍ଗତ ସଲାଲାସ୍ଥିତ ୨୭ ବର୍ଷୀୟ ଅହମ୍ମଦ ବିନ୍ ସଲାମ୍ ବା ଇସମେଲ୍ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏହି ଖବର ପାଇ ପହଂଚିଥିଲା । ଉକ୍ତ ଯୁବକ ଜଣକ ପ୍ରଥମେ ତାର ଦୁଇ ଭଉଣୀଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଖବର ପାଇ ପୋଲିସ ମୃତକଙ୍କ ଘର ଭିତରେ ପଶିଥିଲା । ତେବେ ତାଙ୍କର ପ୍ରବେଶ ଦ୍ୱାର ନିକଟରେ ଏକ ବାଇକ ମଧ୍ୟ ଥିବା ପୋଲିସ କହିଛି । ଏହାକୁ ବାଦ ଦେଲେ ସେହି ଗୋଟିଏ ଘରେ ସେ ତା ୩୫ ବର୍ଷୀୟା ଭଉଣୀ ରାଜିଆ ବେଗମ ଓ ୪୫ ବର୍ଷୀୟା ଭଉଣୀ ଜାକିରା ବେଗମ କୁ ହତ୍ୟା କରିଥିଲା । ଘଟଣାସ୍ଥଳରେ ରାଜିଆ ବେଗମର ମୃତ୍ୟୁ ହୋଇଥିବା ବେଳେ ଜାକିରାକୁ ମେଡିକାଲ୍ ନେବା ବାଟରେ ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି । ଏଭଳି ବର୍ବରକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ତା ଘରଠାରୁ ୧ କିମି ଦୂରରେ ଅବସ୍ଥିତ ଲାବେଲ କଲୋନୀରେ ରହୁଥିବା ନୁରା ବେଗମକୁ ବି ସମାନ ଅସ୍ତ୍ରରେ ଆକ୍ରମଣ କରିଥିଲା । ହେଲେ ସେହି ସମୟରେ ଅଭିଯୁକ୍ତ ଭଉଣୀର ସ୍ୱାମୀ ଓମର ବା ହାସନ ଆସିଯାଇଥିଲେ । ସେ ତାଙ୍କୁ ବି ଆକ୍ରମଣ କରିଥିଲା । ଫଳରେ ଦୁହେଁ ଏବେ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପୂର୍ବରୁ ଅଭିଯୁକ୍ତ ତା ସ୍ତ୍ରୀକୁ ବି ମାର୍ଚ୍ଚ ୨୦୧୯ରେ ହତ୍ୟା କରି ଜେଲ ଯାଇଥିଲା । ହେଲେ ଚଳିତ ବର୍ଷ ସେ ଜାମିନରେ ଜେଲରୁ ଆସିଥିବା ପୋଲିସ କହିଛି । ଶବକୁ ଏବେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି । କେଉଁ କାରଣ ପାଇଁ ଏମିତି କାଣ୍ଡ ହୋଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନାହିଁ  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking