33.1 C
Bhubaneswar
Wednesday, April 24, 2024
Homeଅପରାଧମଦ କରିଲା କମାଲ୍‌, ଖୋଲିଦେଲା ଗୁମର

ମଦ କରିଲା କମାଲ୍‌, ଖୋଲିଦେଲା ଗୁମର

ବାରଣାସୀ : ଉତ୍ତରପ୍ରଦେଶ ବାରଣାସୀ ବରୁଣାପାର ଅଞ୍ଚଳରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଯାଇଛି । ଏକ ଯୁବକଙ୍କ କଙ୍କାଳକୁ ସେପ୍ଟିକ ଟ୍ୟାଙ୍କ ଭିତରୁ ଉଦ୍ଧାର କରାଯାଇଛି । ଉକ୍ତ ଯୁବକ ଫେବୃୟାରୀ ମାସ ଠାରୁ ନିଖୋଜ ଥିଲେ । ଏବେ ଲାଲପୁର – ପାଣ୍ଡେପୁର ଥାନା ଅନ୍ତର୍ଗତ ଶିବ ବିହାର କଲୋନୀ ଅନ୍ତର୍ଗତ ଏକ ସେପ୍ଟକ ଟ୍ୟାଙ୍କରୁ ଯୁବକଙ୍କର କଙ୍କାଳକୁ ଉଦ୍ଧାର କରାଯାଇଛି । ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ , ଯୁବକଙ୍କ ପ୍ରେମିକା ତାଙ୍କ ର ଅନ୍ୟ ଏକ ପ୍ରେମିକ ସହ ମିଶି ଯୁବକଙ୍କର ହତ୍ୟା କରିଥିଲେ । ହତ୍ୟା କରିସାରିବା ପରେ ମୃତ ଦେହକୁ ସେପ୍ଟିକ ଟ୍ୟାଙ୍କ ଭିତରେ ଲୁଚାଇ ଦେଇଥିଲେ । ଆଉ ଏବେ ୪ମାସ ପରେ ମଦ ନିଶାରେ ପ୍ରେମିକା ହତ୍ୟାର ଖୁଲାସା କରିଦେଲେ । ଏହି ଘଟଣା ପରେ ପ୍ରେମିକାକୁ ଗିରଫ କରାଯିବା ସହ ଦ୍ୱିତୀୟ ପ୍ରେମିକକୁ ଫେରାର ରହିଛି ।
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଶିବ ବିହାର ଅଞ୍ଚଳର ୩୬ ବର୍ଷୀୟ ଯୁବକ ଜ୍ଞାନଚନ୍ଦ୍ର ପଟେଲ ପୋଡ଼ା ମୋବିଲ୍ କୁ ରିଫାଇନ କରି ବିକ୍ରି କରେ । ଆଉ ସେ ଏହି କାମ ପାଇଁ ଯେଉଁ ଘର ନେଇଥିଲ. ସେଠାରେ ସୀଲା ନାମକ ଝିଅ ରହୁଥିଲା । ଧୀରେ ଧୀରେ ତାଙ୍କ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ତିଆରି ହୋଇଯାଇଥିଲା । କିଛି ଦିନ ପରେ ସୀଲାକୁ ସେହି ଅଞ୍ଚଳର ଲଳିତ ନାମକ ବ୍ୟକ୍ତି ସହ ମଧ୍ୟ ପ୍ରେମ ହୋଇଗଲା । ସୀଲା ମଦ ପାଇଁ ପାଗଳ ଥିଲା । ପୋଲିସ୍ ର କହିବା ଅନୁଯାୟୀ , କେବଳ ମଦ ପାଇଁ ସେ ଲଳିତକୁ ଭଲ ପାଇଥିଲା । ଏହି କଥା ଜ୍ଞାନଚନ୍ଦ୍ର ମଧ୍ୟ ଜାଣିପାରିଥିଲା । ଲଳିତ ମଝିରେ ମଝିରେ ସୀଲା ଘରକୁ ଯିବା ଆସିବା କରେ । ଏହି ଘଟଣା ପରେ ଜ୍ଞାନଚନ୍ଦ୍ର ଓ ସୀଲା ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥିଲା । ତେଣୁ ସୀଲା ତା’ର ଦ୍ୱିତୀୟ ପ୍ରେମିକ ସହ ମିଶି ଜ୍ଞାନଚନ୍ଦ୍ରକୁ ହତ୍ୟା କରିବାକୁ ଚକ୍ରାନ୍ତ ରଚିଥିଲା । ଗୋଟିଏ ବଡ଼ ବାଡ଼ିରେ ଜ୍ଞାନଚନ୍ଦ୍ରର ମୁଣ୍ଡକୁ ପିଟି ହତ୍ୟା କରିବା ପରେ ନିଜ ଘରର ଅଗଣାରେ ଥିବା ସେପ୍ଟିକ ଟ୍ୟାଙ୍କରେ ପକାଇ ଦେଇଥିଲେ । ଜ୍ଞାନଚନ୍ଦ୍ରର ପରିବାର ଲୋକେ ନିଖୋଜ ହୋଇଥିବା ଖବର ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ହେଲେ ମଧ୍ୟ ୪ ମାସ ପର୍ଯ୍ୟନ୍ତ କୌଣସି ସୁରାକ୍ ମିଳିନଥିଲା ।
ଜ୍ଞାନଚନ୍ଦ୍ରର ହତ୍ୟା କଥା ତା’ର ପ୍ରେମିକା ନିଶାରେ ରହି ତା ପରିବାର ଲୋକଙ୍କ ଆଗରେ କହି ଦେଇଥିଲା । ଏହାପରେ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ସୀଲାକୁ ଗିରଫ କରାଯାଇଥିବା ବେଳେ ଲଳିତ ଏବେ ମଧ୍ୟ ଫେରାର ଅଛି । ପୋଲିସ୍ ଉପସ୍ଥିତିରେ ସେହି ସେପ୍ଟିକ ଟ୍ୟାଙ୍କକୁ ଖୋଲା ଯାଇଥିଲା । ସେଥିରୁ ଜ୍ଞାନଚନ୍ଦ୍ରର ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଓ କଙ୍କାଳକୁ ଉଦ୍ଧାର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking