28.1 C
Bhubaneswar
Thursday, May 2, 2024
Homeଓଡିଶାଗୋଟିଏ ଗାଁରୁ ଆଜି ୭୪ ପଜିଟିଭ : ସୁପର ସ୍ପ୍ରେଡର ପରିବାର ; ପରିବାରରୁ ମୋଟ...

ଗୋଟିଏ ଗାଁରୁ ଆଜି ୭୪ ପଜିଟିଭ : ସୁପର ସ୍ପ୍ରେଡର ପରିବାର ; ପରିବାରରୁ ମୋଟ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ବିଜୟପୁର ଗାଁରୁ ଆଜି ଗୋଟିଏ ଦିନରେ ୭୪ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି । ଆଜିର ଏହି ୭୪କୁ ମିଶାଇ କେବଳ ଜିଲ୍ଲାର ବିଜୟପୁର ଗାଁରୁ ୯୦ଟି ପଜିଟିଭ କେସ୍ ଚିହ୍ନଟ ହୋଇସାରିଛି । ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗତ ଦୁଇଦିନ ତଳେ ଗୋଟିଏ ପରିବାରରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ପରିବାରରୁ ଅନ୍ୟ ୭୪ ଜଣ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରିବାରରୁ ମୋଟ ୮୭ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ପରିବାରର ୩ ଜଣ । ଏବେ ଯାଏଁ ବିଜୟପୁର ଗାଁରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଭାବରେ ଘୋଷଣା କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୭୬ଟି କେସ୍ ମଧ୍ୟରୁ ୭୪ଟି କେସ୍ କେବଳ ବିଜୟପୁର ଗାଁର ବୋଲି ଜଣାପଡ଼ିଛି । ଆଜିର ସମସ୍ତ କେସ୍ କୁ ମିଶାଇ ରାୟଗଡ଼ା ଜିଲ୍ଲାରେ ମୋଟ ୧୧୫ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୯୮ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଆଜି ରାଜ୍ୟରେ ୫୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୫୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୩୬ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking