37.1 C
Bhubaneswar
Sunday, May 5, 2024
Homeଓଡିଶାସ୍ତ୍ରୀ ହାତରେ ସ୍ୱାମୀର ସେକ୍ସ ଭିଡିଓ, ମହିଳା କନଷ୍ଟେବଳଙ୍କ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ସ୍ତ୍ରୀ ହାତରେ ସ୍ୱାମୀର ସେକ୍ସ ଭିଡିଓ, ମହିଳା କନଷ୍ଟେବଳଙ୍କ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗର ସିଏସ୍‌ଆଇ କୋର୍ଟରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସହ ନିଜ ସ୍ୱାମୀଙ୍କ ଅନୈତିକ  ସମ୍ପର୍କର ଭିଡିଓ ଓ ଅଡିଓ ଜଣେ ପତ୍ନୀ ପାଇବା ପରେ ଏନେଇ ପଚାରିବାରୁ  ତାଙ୍କୁ ମରଣାନ୍ତକ ଅକ୍ରମଣ କରାଯିବା ସହିତ ଘରୁ ବାହାର କରି ଦିଆଯାଇଥିବା  ଅଭିଯୋଗ ଆସିଛି ।  ମହିଳା କନଷ୍ଟେବଳଙ୍କ ସହ ଆଳି ଲୋକାପଡ଼ା ଗ୍ରାମର ଜିତେନ୍ଦ୍ର ମହାନ୍ତିଙ୍କ ଅନୈତିକ ଶାରୀରିକ ସମ୍ପର୍କର ଭିଡିଓ ଓ ଅଡିଓ ପାଇବା ପରେ ଏ ସଂପର୍କରେ ସ୍ୱାମୀଙ୍କୁ ପଚାରିବାରୁ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା ପତ୍ନୀ ଇତିଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସେ ପ୍ରଥମେ ଆଳି ଥାନା ଓ ପରେ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରଛନ୍ତି ।  ମୋ ଭବିଷ୍ୟତ ନଷ୍ଟ ପାଇଁ ସମ୍ପୃକ୍ତ ମହିଳା କନଷ୍ଟେବଳ ଦାୟୀ ବୋଲି  କହି ନ୍ୟାୟ ଭିକ୍ଷା କରିଛନ୍ତି ।

ଅଭିଯୋଗ ମୁତାବକ, ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଲୋକାପଡା ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କ ସାନପୁଅ ଜିତେନ୍ଦ୍ର୍ରଙ୍କୁ ଇତିଶ୍ରୀ ସ୍ୱାଇଁ ବୈଦିକ ରୀତିନୀତି ଅନୁଯାୟୀ  ବିବାହ କରିଥିଲେ । ତେବେ ବିବାହ ପୂର୍ବରୁ ଓ ପରେ ଏହାର ଏକବର୍ଷ ପର୍ଯ୍ୟନ୍ତ  ମହିଳା କନଷ୍ଟେବଳ ଛବି(ଛଦ୍ମନାମ) ଙ୍କ ସହିତ ସ୍ୱାମୀ ଜିତେନ୍ଦ୍ରଙ୍କ ଶାରୀରିକ ସମ୍ପର୍କ ରହିଥିବା କଥା ଜଣିନଥିବା ବେଳେ ୨୦୧୯, ମେ’ ୧୯ ତାରିଖ ମଧ୍ୟରାତ୍ରିରେ ଉଭୟଙ୍କ କଥାବାର୍ତ୍ତାରୁ  ଇତିଶ୍ରୀ ଏହା ଜାଣିବାକୁ ପାଇଥିଲେ । ସେହିପରି ସେ ନିଜ ସ୍ୱାମୀଙ୍କ ମୋବାଇଲରୁ ଛବିଙ୍କ ସହିତ ଅଶ୍ଳୀଳ ଓ ଆପତ୍ତିଜନକ ବହୁ ଭିଡିଓ  ଓ ଅଡିଓ ଦେଖି ଏହି ଅନୈତିକ ସଂପର୍କ ବିଷୟରେ ପଚାରିବାରୁ ସ୍ୱାମୀ ଜିତେନ୍ଦ୍ର ତାଙ୍କୁ ମାଡ଼ ମାରିଥିଲେ । ତେବେ  ଛବିଙ୍କ ସହିତ ଜାରି ରହିଥିବା ଏହି ଅନୈତିିକ ସମ୍ପର୍କକୁ ବିରୋଧ କରିବାରୁ ଏହି ଆଳରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ସହିତ ଜିତେନ୍ଦ୍ର ତାଙ୍କୁ  ବାରମ୍ବାର ମାଡ଼ ମାରିଆସୁଥିଲେ ।

ଏପରିକି ଇତିଶ୍ରୀଙ୍କୁ ମାରି ଦେ, ଜେଲ ଗଲେ ମୁଁ ତୋତେ ଜାମିନରେ ଅଣିବି ଓ ଯାହା ପଇସା ଲାଗିବ ଖର୍ଚ୍ଚ କରିବି କହି ଛବି  ପ୍ରେମିକ ଜିତେନ୍ଦ୍ରଙ୍କୁ ସ୍ତ୍ରୀ ଇତିଶ୍ରୀଙ୍କ ବିରୋଧରେ ଉସୁକାଉଥିଲେ । ଏହାର ଅଡିଓ ମଧ୍ୟ ଜିତେନ୍ଦ୍ରଙ୍କ ମୋବାଇଲରୁ ଇତିଶ୍ରୀ ସଂଗ୍ରହ କରିଥିଲେ । ଛବିଙ୍କ ପରାମର୍ଶରେ ଇତିଶ୍ରୀଙ୍କୁ ଭିଟାମିନ ଔଷଧ ଖୁଆଇବା ବାହାନାରେ ଗର୍ଭପାତ ଔଷଧ ଖୁଆଇଥିଲେ । ଏସମସ୍ତ ଘଟଣା ନେଇ ବିରୋଧ କରିବାରୁ ହାଇଦ୍ରାବାଦରେ ନିଜ ସ୍ୱାମୀ ସହିତ ରହୁଥିବା  ଇତିଶୀଙ୍କୁ ଅସହାୟ ଭାବରେ ଜିତେନ୍ଦ୍ର ମାଡମାରି ଆହତ କରିବାପରେ ଘରୁ ତଡିଦେଇଥିଲେ । ସେ ସେଠାରେ ଥିବା ଏକ ମହିଳା ହଷ୍ଟେଲରେ ଆଶ୍ରୟ ନେବା ସହିତ ପ୍ରଥମେ ହାଇଦ୍ରାବାଦ ପୁଲିସ ଓ ପରେ ଆଳିକୁ ଫେରି ଆଳି ଥାନାରେ ଛବି ଓ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଆଳି ଥାନାରେ ମମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ପୁଲିସ କର୍ମଚାରୀ ଛବି ଓ ତାଙ୍କ ପ୍ରେମିକ ଜିତେନ୍ଦ୍ରଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଇତିଶ୍ରୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମୋ ଭବିଷ୍ୟତ ନଷ୍ଟ ପାଇଁ  ପୁଲିସ କର୍ମଚାରୀ ଛବି ଦାୟୀ ବୋଲି  ଅଭିଯୋଗ କରି   ଇତିଶ୍ରୀ ଆନ୍ତର୍ଜାତୀୟ ମାନବାଧିକାର କାଉନସିଲର ରାଜ୍ୟ ସଭାପତି ସସ୍ମିତା ଦାସ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ସମାଜସେବୀ ପ୍ରତାପ ପାଢୀଙ୍କ ସହିତ ଏସପିଙ୍କୁ ଆଜି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking