29.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ମୃତକଙ୍କୁ ମିଳୁନି ସମ୍ମାନ, ଦରପୋଡ଼ା ଶବ ଛାଡ଼ି ‘ଛୁ’

କରୋନା ମୃତକଙ୍କୁ ମିଳୁନି ସମ୍ମାନ, ଦରପୋଡ଼ା ଶବ ଛାଡ଼ି ‘ଛୁ’

ଜଟଣୀ: କରୋନା ମୃତକଙ୍କୁ ମିଳୁନି ଉଚିତ୍ ସମ୍ମାନ । କେଉଁଠି ଡମ୍ପିଂ ୟାର୍ଡ ତ କେଉଁଠି ରାସ୍ତା କଡ଼ରେ ପଡ଼ିରହୁଛି ଦରପୋଡ଼ା ଶବ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କରୋନା ମହାମାରୀ ସମୟରେ ଭୟର ବାତାବରଣ ସୃଷ୍ଟି ହେଉଛି । ଖୋଦ୍ ପ୍ରଶାସନ ଦ୍ୱାରା ଏଭଳି କରାଯିବାକୁ ନେଇ ସୃଷ୍ଟି ହେଉଛି ଉତ୍ତେଜନା । ସରକାର କର୍ମଚାରୀମାନଙ୍କୁ ବାରମ୍ବାର ଏଭଳି ସମ୍ବେଦନଶୀଳ କାର୍ଯ୍ୟରେ ସକରାତ୍ମକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶଦିଆଯାଉଥିଲେ ବି ପ୍ରକୃତରେ ତାହା ହେଉନାହିଁ ।
ଏମିତି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ଜଟଣୀ ନିକଟସ୍ଥ ଜଗନ୍ନାଥପୁର ପାତ୍ରପଡ଼ାଗ୍ରାମର ପ୍ରସିଦ୍ଧ ଧନୁଯାତ୍ରା ପଡ଼ିଆ ନିକଟରେ । ବୁଧବାର ରାତ୍ର ସାଢ଼େ ୮ଟା ସମୟରେ ପଦନପୁର ପଞ୍ଚାୟତ ଅଧୀନସ୍ଥ ଏକ ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ । ଲୋକେ ତାଙ୍କ ଶବକୁ ଗ୍ରାମରେ ଦାହ କରାଇଦେଇନଥିଲେ ।

ଫଳରେ ସେହି କରୋନା ମୃତକଙ୍କ ଶବକୁ ଆଣି ଶ୍ମଶାନରେ ଦାହ କରାନଯାଇ ଉକ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ଦାହ କରାଯାଉଥିଲା । ଯାହାକୁ  ପାତ୍ରପଡ଼ା ଓ ଜଗନ୍ନାଥପୁର ଗ୍ରାମବାସୀ ବିରୋଧ କରିଥିଲେ । କିନ୍ତୁ ଶବଦାହ ବନ୍ଦ ହେବନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବାବେଳେ  ଗ୍ରାମବାସୀ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ । ଫଳରେ ପୁଲିସ୍ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ଭୟଭୀତ ହୋଇ ସେଠାରୁ ପଳାଇଥିଲେ । ପୁଲିସ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଶବଦାହ କରାଯାଇଥିଲା । ମାତ୍ର ଗୁରୁବାର ସକାଳେ ସେହି ରାସ୍ତା ଦେଇ ଲୋକେ ଯିବାବେଳେ ଦେଖିବାକୁ ପାଇଥିଲେ ଯେ ଶବଟି ଦରପୋଡ଼ା ହୋଇ ରହିଛି । ଏହି ଖବର ଜଣାପଡ଼ିବା ପରେ ପାତ୍ରପଡ଼ା ଓ ଜଗନ୍ନାଥପୁର ଗ୍ରାମରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି ।

ଏ ନେଇ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଅଧାପୋଡ଼ା ଶବ ସେହିଭଳି ପଡ଼ିଥିବା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଘଟଣାକୁ ନେଇ ଜଟଣୀବାସୀ ପ୍ରତିକ୍ରିୟାଶୀଳ ହୋଇ ମୃତକଙ୍କୁ ସମ୍ମାନର ସହିତ ଦାହ କରାନଯାଇ କାହିଁକି ପ୍ରଶାସନ ଦ୍ୱାରା ଅବିଚାର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ବିଶେଷକରି କୌଣସି ଶ୍ମଶାନରେ କରୋନା ମୃତକଙ୍କ ଶବ ଦାହ କରାନଯାଇ କାହିଁକି ରାସ୍ତା କଡ଼, ଆବର୍ଜନାମୟ ପରିବେଶ ଆଦି ସ୍ଥାନରେ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହି ଘଟଣା ସାଧାରଣରେ ନକରାତ୍ମକ ପ୍ରଭାବ ପକାଉଛି ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking