29.1 C
Bhubaneswar
Thursday, May 23, 2024
Homeଅପରାଧପରପୁରୁଷ ସହ ଫୋନ୍‌ରେ କଥାହେବା ହେଲା କାଳ: ସ୍ତ୍ରୀକୁ ମାରି ଆତ୍ମସମର୍ପଣକଲା ସ୍ୱାମୀ

ପରପୁରୁଷ ସହ ଫୋନ୍‌ରେ କଥାହେବା ହେଲା କାଳ: ସ୍ତ୍ରୀକୁ ମାରି ଆତ୍ମସମର୍ପଣକଲା ସ୍ୱାମୀ

ଓଡ଼ଗାଁ : ପରକୀୟା ପ୍ରୀତି କେତେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଦେଖିବାକୁ ମିଳିଛି ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବେରୁଆଁବାରୀ ଗ୍ରାମରେ । ପରପୁରୁଷ ସହ କଥା ହେଉଥିବା ସନ୍ଦେହକରି ସ୍ତ୍ରୀକୁ ହତ୍ୟାକରିବା ସହିତ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଓଡ଼ଗାଁ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରୁ ପ୍ରକାଶ ଯେ ବେରୁଆଁବାରି ଗ୍ରାମର ଲଳିତ ସାହୁ(୩୨) ୬ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଥାନା କନିଅରବାଡ଼ି ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଝିଅ ମାମିନା ସାହୁ(୨୫)ଙ୍କୁ  ବୈଦିକରୀତିରେ ବିବାହ କରିଥିଲେ । ତାଙ୍କର ୫ବର୍ଷର ଏକ ପୁତ୍ର ସନ୍ତାନ ରହିଛି । ଲଳିତ ଡ୍ରାଇଭର ଭାବେ ବାହାରେ ରହି ଗାଡ଼ିଚଳାନ୍ତି । ଗତ କିଛିଦିନ ହେବ ସ୍ତ୍ରୀ ମାମିନାଙ୍କ ଉପରେ ତାଙ୍କର ସନ୍ଦେହ ସୃଷ୍ଟିହୋଇଥିଲା ।

ମାମିନା ଫୋନ୍‌ଯୋଗେ ଅନ୍ୟ ପୁରୁଷ ସହିତ କଥା ହେଉଥିବା ସନ୍ଦେହ କରିଥିଲେ ଲଳିତ । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । କିଛିଦିନ ହେବ ମାମିନା ତା’ ବାପଘରେ ରହିଥିଲା । ଗତ ୧୫ଦିନ ତଳେ ଆପୋସ ସମାଧାନ ପରେ ସ୍ୱାମୀଙ୍କ ପାଖକୁ ଫେରିଥିଲେ ମାମିନା । ବୁଧବାର ମାମିନା ପୁଣି ଫୋନ୍ ଯୋଗେ ପର ପୁରୁଷ ସହ କଥାହେଉଥିବା ଜାଣିପାରି ସ୍ୱାମୀ ଲଳିତ ଉତ୍‌କ୍ଷିପ୍ତ ହୋଇ କବାଟ ଦିଆ ଧଡ଼ାରେ ମୁଣ୍ଡକୁ ଏକ ଶକ୍ତପାହାର ଦେଇଥିଲେ ।

ଏଥିରେ ମାମିନା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ ନୂଆଗାଁ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଏବଂ ସାଇଣ୍ଟିଫିକ ଟିମ୍ ପହଁଚି ତଦନ୍ତ କରୁଥିବା ଜଣାପଡ଼ିଛି । ଅଭିଯୁକ୍ତ ଲଳିତ, ସ୍ତ୍ରୀ ମାମିନାଙ୍କୁ ମାରି ଦେଇଥିବା ସ୍ୱୀକାର କରିଛନ୍ତି । ମାମିନାଙ୍କ ବାପା ଯୋଗେନ୍ଦ୍ର ସାହୁ ଏବଂ ପରିବାର ଲୋକେ ଝିଅକୁ ତା’ର ସ୍ୱାମୀ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଏକ  ମାମଲା ରୁଜୁ କରିଛି । ୫ବର୍ଷର ଶିଶୁପୁତ୍ର ଲିପୁନ ନିଜ ଅଜା ଆଈ ପାଖରେ ରହିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking