28.1 C
Bhubaneswar
Sunday, June 16, 2024
Homeଅପରାଧନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୁଆବିକ୍ରି ଅଭିଯୋଗ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୁଆବିକ୍ରି ଅଭିଯୋଗ

ନୟାଗଡ:  ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୁଆବିକ୍ରି ଅଭିଯୋଗ ଆଲୋଡ଼ନ ଖେଳାଇଦେଇଛି । ଘଟଣାରୁ ପ୍ରକାଶ ଯେ ନୟାଗଡ଼ ବ୍ଳକ୍ ଇଟାମାଟି ଥାନା ଅନ୍ତର୍ଗତ ନୋତର ଗ୍ରାମର ଜଲି ସ୍ୱାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ । ତେବେ ତାଙ୍କର ଶିଶୁପୁତ୍ରକୁ ଟିକା ଦେବାକୁ କହି କେହି ନେଇଯାଇଥିବା ଅଭିଯୋଗ ହୋଇଛି । ଜଲିଙ୍କ ସ୍ୱାମୀ ରବି ସ୍ୱାଇଁ ତାଙ୍କ ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି । ଗତ ୨୮ ତାରିଖରେ ଜଲି ଗର୍ଭବେଦନା ସହି ନପାରି ପ୍ରସବ ପାଇଁ ଆଶାଦିଦିଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି ହୋଇଥିଲେ ଏବଂ ପୁଅଟିଏ ଜନ୍ମ ଦେଇଥିଲେ ।

ପୁଅ ଅବସ୍ଥା ମଧ୍ୟ ଭଲ ଥିଲା ବୋଲି ଜଲି କହନ୍ତି । ଦିଦି ପୁଅଟିକୁ ଟିକା ଦେବାପାଇଁ କହି ତାଙ୍କଠାରୁ ନେଇଥିଲେ । ହେଲେ ପୁଅକୁ  ଆଉ ଫେରାଇନଥିଲେ । ବେଶୀ ଡେରି ହେବାରୁ  ଜଲି ଓ ତାଙ୍କ ସ୍ୱାମୀ ପୁଅକୁ ଖୋଜିବା ସହିତ ପୁଅକୁ ନେଇଥିବା ଦିଦିଙ୍କୁ ଖୋଜାଖୋଜି  କରିଥିଲେ । ହେଲେ  କାହାରିକୁ ପାଇନଥିଲେ । ଏହାକୁ ନେଇ ଜଲିଙ୍କ ସ୍ୱାମୀ ରବି ତାଙ୍କ ପୁଅକୁ ଟିକା ଦେବାକୁ ନେଇ ଆଉ କାହାକୁ ବିକ୍ରି କରିଦିଆଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ନେଇ ଅନୁସନ୍ଧାନ ଚଳାଇଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ଛୁଆ ବିକ୍ରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking