30.1 C
Bhubaneswar
Sunday, June 16, 2024
Homeଅପରାଧଲକରରୁ ସୁନା ଚୋରି ଘଟଣା: ନାରାୟଣପାଟଣା ଆଇଆଇସି ସସ୍‌ପେଣ୍ଡ

ଲକରରୁ ସୁନା ଚୋରି ଘଟଣା: ନାରାୟଣପାଟଣା ଆଇଆଇସି ସସ୍‌ପେଣ୍ଡ

କୋରାପୁଟ: ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ଡିଜିପି ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏସ୍‌ପି ବରୁଣ ଗୁଂଟୁପାଲିଙ୍କ ସୂଚନାନୁଯାୟୀ, ଚୋରି ସୁନା କିଣିଥିବା ନାରାୟଣପାଟଣାର ସୁନା ବ୍ୟବସାୟୀ ଏମ୍‌.ମୌଲିଙ୍କୁ ଫେରାର୍ କରିବାରେ ଆଇଆଇସି ସହାୟତା କରିଥିଲେ । ଏହି ଅଭିଯୋଗରେ ଡିଜିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଥାନାର ହୋମ୍‌ଗାର୍ଡ ଶିବା ରେଡ୍ଡୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଏସ୍‌ବିଆଇ ଲକରରୁ ୧କିଲୋ ୬୧୦ଗ୍ରାମ୍ ସୁନା ଚୋରି ହେବା ଜଣାପଡ଼ିବା ପରେ ଶାଖା ପରିଚାଳକ ସୁଧାଂଶୁ ରାଉତ ଥାନାରେ ଅଭିଯୋଗ କରିଥିଲେ ।

ମାମଲା ରୁଜୁକରି ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱିନୀ କୁମାର ନାୟକଙ୍କ ନେତୃତ୍ୱରେ ଡଗ୍‌ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ କରିଥିଲା ପୁଲିସ । ଘଟଣାରେ ବ୍ୟାଙ୍କ୍‌ର ପୂର୍ବତନ ଅସ୍ଥାୟୀ କର୍ମଚାରୀ ଶେଖର କୁଳଦୀପକୁ ଗିରଫକରି ପୁଲିସ କୋର୍ଟଚାଲାଣ କରିଥିଲା। ତା’ଠାରୁ ୧ କିଲୋ ୧୯୮ ଗ୍ରାମ୍ ସୁନା ସହ ନଗଦ ଟଙ୍କା ଜବତ ହୋଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌ପି ଉତ୍କଳକେଶରୀ ଦାସ ତଦନ୍ତ ଦାୟିତ୍ୱ ନେଇଥିଲେ । ଶେଖର କୁଳଦୀପକୁ ରିମାଣ୍ଡରେ ଆଣି ଜେରା କରିବା ପରେ ନାରାୟଣପାଟଣାର ସୁନା ବ୍ୟବସାୟୀ ଏମ୍‌.ମୌଲିକୁ ଗିରଫ କରାଯିବା ସହ ତାଙ୍କଠାରୁ ପ୍ରାୟ ୪୦୦ ଗ୍ରାମର ସୁନା ଜବତ ହୋଇଥିଲା । ପୁଲିସ୍ ମୌଲିକୁ ମଧ୍ୟ ଗିରଫକରି କୋର୍ଟଚାଲାଣ କରିଥିଲା । ଏହି ଘଟଣାରେ ନାରାୟଣପାଟଣା ଥାନା ଅଧିକାରୀ ଆଜି ନିଲମ୍ବିତ ହୋଇଥିବାବେଳେ ପୂର୍ବରୁ ଏସ୍‌ବିଆଇ ଶାଖା ପରିଚାଳକ ଓ କ୍ୟାସିଅରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking