41.1 C
Bhubaneswar
Sunday, April 28, 2024
Homeଓଡିଶାସ୍ତ୍ରୀକୁ ଧୋକା ଦେଇ ଟଙ୍କା ନେଇ ଚମ୍ପଟ ମାରିଲା ସ୍ୱାମୀ

ସ୍ତ୍ରୀକୁ ଧୋକା ଦେଇ ଟଙ୍କା ନେଇ ଚମ୍ପଟ ମାରିଲା ସ୍ୱାମୀ

ବାଲେଶ୍ୱର: ଶାଶୂ ଘର ଦୁଆର ମୁହଁରେ ବସି ଧାର ଧାର ଲୁହ ଗଡାଉଛି ବୋହୂ । ଡହଳ ବିକଳ ହୋଇ ମୋ ସ୍ୱାମୀକୁ ଫେରାଇ ଦିଅ ବୋଲି ନେହୁରା ହେଉଛି । କିନ୍ତୁ ଶାଶୂ ଘରେ ଝୁଲୁଛି ତାଲ । ବୋହୂ ରଶ୍ମିତା ଅଖିଆ ଅପିଆ ଘର ଦୁଆରେ ଚାହିଁ ବସିଛି ସ୍ୱାମୀର ଫେରିବା ବାଟକୁ । ନ୍ୟାୟ ପାଇବା ଆଶାରେ ଆଖିରୁ ସୁଖୁନି ଲୁହ । କିନ୍ତୁ ସ୍ୱାମୀ ସ୍ତ୍ରୀ ଠାରୁ ଟଙ୍କା ନେଇ ମାରିଛି ଛୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ଗାଁ’ରେ । ସୂଚନା ଅନୁଯାୟୀ, ଏହି ଗାଁର ସୁଶାନ୍ତ ଗିରିଙ୍କ ପୁଅ ଶରତ, ଜମ୍ଭିରାଇ ଗାଁର ବିଜୟ ବରଙ୍କ ଝିଅ ରଞ୍ଜିତାକୁ ପ୍ରେମ କରୁଥିଲେ । ଉଭୟ ନିଜ ପ୍ରେମକୁ ନାମ ଦେବା ପାଇଁ ବିବାହ କରିବାକୁ ମନସ୍ଥ କଲେ ଆଉ ଘରୁ ପଳାଇ ଯାଇ ଗତ ବର୍ଷ ଅକ୍ଟୋବର ମାସରେ କୋର୍ଟ ମ୍ୟାରେଜ୍ ଏବଂ ପରେ ମନ୍ଦିରରେ ବିବାହ କଲେ । ବାହାଘର ପରେ ଦୁହେଁ ବାଲେଶ୍ୱରରେ ଘରଭଡା ନେଇ ରହୁଥିଲେ । ତେବେ ବାଲେଶ୍ୱରରେ କିଛି ଦିନ ରହିବା ପରେ ସ୍ୱାମୀ ସ୍ତ୍ରୀ ଉଭୟ ନିଜ ଗାଁ ପଞ୍ଚୁପାଲିରେ ଥିବା ଘରକୁ ଆସିଥିଲେ । କିନ୍ତୁ ଶାଶୂ ଘର ଲୋକେ ରଞ୍ଜିତାଙ୍କୁ ନୀଚ ଜାତିର ଝିଅ କହି ସେମାନଙ୍କ ବିବାହକୁ ସିକୃତି ନ ଦେଇ ଘରେ ରହିବାକୁ ଅନୁମତି ଦେଲେନି । ଉଭୟ ସ୍ୱାମୀ ସ୍ତ୍ରୀ, ରଞ୍ଜିତାଙ୍କ ବାପ ଘର ଜମ୍ଭୀରାଇରେ ଯାଇ ରହିଲେ । ତେବେ ସେଠାରେ ରହିବା ସମୟରେ ଶରତ ତାଙ୍କ ପରିବାର ଲୋକଙ୍କ କଥାରେ ପଡି ରଞ୍ଜିତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ । କିନ୍ତୁ ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀ ଏକ ଦୋକାନ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇଲେ । ରଞ୍ଜିତା ତାଙ୍କ ବାପାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ଶରତକୁ ଦେଇଥିଲେ । ତେବେ ଟଙ୍କା ପାଇବା ପରେ ଘରେ କେହି ନଥିବାବେଳେ ଟଙ୍କା ଆଉ ଜିନିଷପତ୍ର ନେଇ ଚମ୍ପଟ ମାରିଛି ଶରତ । ଶରତଙ୍କୁ ଟଙ୍କାନେଇ ଲୁଚି ଲୁଚି ଯାଉଥିବାର ଦେଖି ରଞ୍ଜିତା ତାଙ୍କୁ ବହୁତ ଡାକିଥିଲେ ତାଙ୍କ ପଛେ ପଛେ ବି ଗଲେ କିନ୍ତୁ ପାଣି କାଦୁଅରେ ପଶି ବାଡ ଡେଇଁ କେଉଁଆଡକୁ ଚାଲିଯାଇଛି ଶରତ । ତେବେ ରଞ୍ଜିତା ଶରତକୁ ଯୋଗାଯୋଗ କରି ନ ପାଇବାରୁ ଶରତଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲେ । କିନ୍ତୁ ଶରତଙ୍କ ପରିବାର ଲୋକେ ରଞ୍ଜିତାଙ୍କୁ ଜାତି ନାମରେ ଗାଳିଗୁଲଜ କରିବା ସହିତ ମାରପିଟ କରି ଘରୁ ତଡି ଦେଇଥିଲେ । ଶେଷରେ ନିରାଶ ହୋଇ ରଞ୍ଜିତା ଅଖିଆ ଅପିଆ ଶରତଙ୍କ ଘର ଆଗରେ ରାତି ତମାମ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ବାଲିଆପାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking