28.1 C
Bhubaneswar
Sunday, May 12, 2024
Homeଓଡିଶାଜମି ଜଙ୍ଗଲ ଜନଶୁଣାଣିକୁ ଆଦିବାସୀଙ୍କ ବିରୋଧ : ମରିବୁ ପଛେ ଜମି ଛାଡ଼ିବୁ ନାହିଁ

ଜମି ଜଙ୍ଗଲ ଜନଶୁଣାଣିକୁ ଆଦିବାସୀଙ୍କ ବିରୋଧ : ମରିବୁ ପଛେ ଜମି ଛାଡ଼ିବୁ ନାହିଁ

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଭା ଗୃହରେ ଆୟୋଜିତ ଜମି ଜଙ୍ଗଲ ଜନଶୁଣାଣିକୁ ବିରୋଧ କରିଛନ୍ତି ଆଦିବାସୀ । ପୁରୁଷାନୁକ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିବା ଏହି ଜମିରୁ ଅଧିଗ୍ରହଣ ହଟ୍ଟାଇବା ପାଇଁ ପ୍ରଶାସନ ଚକ୍ରାନ୍ତ କରୁଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ୍‌ର ୨୭ଟି ପଞ୍ଚାୟତର ଆଦିବାସୀମାନେ ଜଙ୍ଗଲ ଜମିକୁ ଦଖଲ କରି ଚାଷ କରି ଆସୁଛନ୍ତି । ଆଦିବାସୀ ସତ୍ୱାଧିକାର ପଟ୍ଟା ମଧ୍ୟ ପାଇସାରିଛନ୍ତି । ହେଲେ ବର୍ତ୍ତମାନ ପ୍ରଶାସନ ଜମି ରଦ୍ଧ କରି ରାଜସ୍ୱ ଅଧୀନକୁ ନେଉଥିବାର ଏକ ଚକ୍ରାନ୍ତ ବୋଲି ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି କ୍ଷୋଭ ପ୍ରକାଶ କରିବା ସହ ବିରାଟ ଜନ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣା ପଡିଛି । ଯେଉଁ ଦିନ ପର୍ଯ୍ୟନ୍ତ ଆମର ପୁରୁଷାନୁକ୍ରମିକ ଜମିର ହକ ନ ମିଳିବା ଯାଏଁ ଲଢ଼େଇ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି । ଜନ ଶୁଣାଣି ପାଇଁ ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଜିଲ୍ଲାମଙ୍ଗଳ ଅଧିକାରୀ ନନ୍ଦକିଶୋର ତାଣ୍ଡି , ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ, ସିନାପାଲି ବିଡିଓ ସଦାଶିବ ନାଏକ, ରେଞ୍ଜର ବିମଳ ପ୍ରକାଶ ଟୋପ୍ନୋ, ସିନାପାଲି ବ୍ଲକ ମଙ୍ଗଳ ଅଧିକାରୀ ସୂର୍ଯ୍ୟକାନ୍ତ ଭୋଏ ପ୍ରମୁଖ ଉପସ୍ଥିତ ଥିଲେ । ହେଲ ଆଦିବାସୀ ମାନେ ଜନଶୁଣାଣୀରେ ନ ଯିବା ପାଇଁ ଅଡି ବସିଥିଲେ । ବ୍ଲକ୍ ସଭା ଗୃହଠରେ ବିଭିନ୍ନ ନାରା ବାଜି ଲଗାଇ ତୀବ୍ର ବିରୋଧ କରିଥିଲେ । ଶେଷରେ ପ୍ରଶାସନ ଜନ ଶୁଣାଣିକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ । ପ୍ରଶାସନ ତରଫରୁ ଜଙ୍ଗଲ ଯୋଗ୍ୟ ଜମି ଉପରେ ଚାଷ କରୁଥିବା ହିତାଧିକାରୀ ମାନଙ୍କୁ ନୋଟିସ ମାଧ୍ୟମରେ ଉପସ୍ଥିତ ହେବାପାଇଁ ଜଣା ଯାଇଥିଲା । ଆଜି ସିନାପାଲି ବ୍ଲକ ର ଆଦିବାସୀ ତଥା ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହିଥିଲେ । ଜଙ୍ଗଲ ଜମି ଆଇନ ୨୦୦୬ ଅନୁସାରେ ସମ୍ପୃକ୍ତ ଗ୍ରାମରେ ଗ୍ରାମସଭା କରି ନିଷ୍ପତ୍ତି କରିବା ପରିବର୍ତ୍ତେ ବ୍ଲକ ର ସମସ୍ତ ଜମି ଜଙ୍ଗଲ ହିତାଧିକାରୀ ମାନଙ୍କୁ ଡାକି କୋଭିଡ୍ ନିୟମ ର ଖୋଲା ଖୋଲି ଉଲଂଘନ ହୋଇଥିବା କମିଟି ପ୍ରକାଶ କରିଛି । ଆଜି ଜନ ଶୁଣାଣିବେଳେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ନୂଆପଡ଼ା ପରାମର୍ଶ ଦାତା ଖୁଟୁରାମ ସୁନାନୀ, ଆବାହକ ମେଘନାଦ ଖର୍ସେଲ, ହନୁରାମ ମଝି, ଚୈତନ୍ୟ ମାଝୀଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ରହିଥିଲେ । ଏହା ଉପରେ ଆଗାମୀ ଦିନରେ ଏକ ବିଚାର ବିମର୍ଷ କରି ସମାଧାନ କରା ନ ଗଲେ ବିରାଟ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking