27.1 C
Bhubaneswar
Friday, March 29, 2024
Homeଅପରାଧପୁତ୍ର ସନ୍ତାନ ଜନ୍ମ କଲାନି ବୋଲି  ସ୍ତ୍ରୀକୁ ସ୍ୱାମୀ ଯାହା କଲା ଜାଣିଲେ ଚକିତ ହୋଇଯିବେ

ପୁତ୍ର ସନ୍ତାନ ଜନ୍ମ କଲାନି ବୋଲି  ସ୍ତ୍ରୀକୁ ସ୍ୱାମୀ ଯାହା କଲା ଜାଣିଲେ ଚକିତ ହୋଇଯିବେ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଶାହଜହାଁପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ମାନବିକତାର ସବୁ ସୀମା ପାର କରି ଦେଇଛନ୍ତି । ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଫୁଟନ୍ତା ତତଲା ପାଣିରେ ଗାଧୋଇ ଦେଇଛନ୍ତି । ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କ ଉପରେ ଏଥିପାଇଁ ରାଗି ଥିଲେ ଯେ ସେ ପୁତ୍ର ସନ୍ତାନ ଜନ୍ମ ଦେଇ ନ ଥିଲେ । ତେବେ ଏ ଘଟଣା ଚାରିଆଡ଼େ ବ୍ୟାପିଯିବା ପରେ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁଯାୟୀ, ଗରମ ପାଣି ଦେହରେ ପଡ଼ି ଶରୀର ପୂରା ପୋଡ଼ି ଯାଇଛି । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୀଡ଼ିତାଙ୍କର ୩ ଝିଅ ଅଛନ୍ତି । ଅଭିଯୁକ୍ତଙ୍କ ନାଁ ସତ୍ୟପାଲ ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ବାପା ଜ୍ୱାଇଁଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତ ଜଣକ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ତେବେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ୨୦୧୩ ମସିହାରେ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହିତ ବିବାହ ହୋଇଥିଲା । ଅଭିଯୁକ୍ତ ସ୍ୱାମୀ ମହିଳାଙ୍କୁ ତାଙ୍କ ବାପଘରୁ ୫୦,୦୦୦ ଟଙ୍କା ଆଣିବାକୁ ଚାପ ମଧ୍ୟ ପକାଉଥିଲେ । ସେ ନିଜ ସ୍ତ୍ରୀଙ୍କୁ ବହୁତ ହଇରାଣ କରୁଥିଲେ । ଦିନ ଦିନ ଧରି ତାଙ୍କୁ ଖାଦ୍ୟ ଦେଉ ନ ଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking