30.1 C
Bhubaneswar
Friday, April 26, 2024
Homeଓଡିଶାଡାକ୍ତର,ଯୁବକ ଦେଖାଇଲେ ମାନବିକତା

ଡାକ୍ତର,ଯୁବକ ଦେଖାଇଲେ ମାନବିକତା

ଫୁଲବାଣୀ : ଆଜି ବି ବଞ୍ଚିଛି ମାନବିକତା । ଏହା ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୩ଜଣ ଡାକ୍ତର ଓ ଅଞ୍ଚଳର କିଛି ଯୁବ ସ୍ୱେଚ୍ଛାସେବୀ । ଠିକ୍ ସମୟରେ ଏମାନଙ୍କର ପଦକ୍ଷେପ ଯୋଗୁଁ ଜଣେ ମା’ ଓ ଶିଶୁର ଜୀବନ ବଞ୍ଚିଯାଇଛି ।
ଗତ କିଛିଦିନ ହେଲା ସାରଙ୍ଗଡ଼ ବଜାରରେ ଜଣେ ଗର୍ଭବତୀ ବୁଲୁଥିଲେ । ଅନେକ ସମୟରେ ଲୋକମାନେ ମହିଳାଙ୍କୁ ପରିଚୟ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନଥିଲା । ଗତ ୨ ଦିନ ହେଲା ସାରଙ୍ଗଡ଼ ହାଇସ୍କୁଲ ପଡ଼ିଆ ନିକଟରେ ଶୀତ କାକରରରେ ରହୁଥିଲେ । ସେ ଗର୍ଭବତୀ ଥିବାରୁ ସୋମବାର ରାତି ପ୍ରାୟ ୧୨ଟା ବେଳେ ଗର୍ଭଯନ୍ତ୍ରଣରେ ଛଟପଟ ହେଉଥିବା ବେଳେ କିଛି ଯୁବକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସଙ୍ଗେ ସଙ୍ଗେ ସେମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ସେହି ସମୟରେ ସାରଙ୍ଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଆମ୍ବୁଲାନ୍ସ ନଥିବାରୁ ଯୁବକମାନେ ଡାକ୍ତର ଅଜୟ ଦାସଙ୍କୁ ଖବର ଦେଇଥିଲେ । କୌଣସି ବିଳମ୍ବ ନକରି ଡାକ୍ତର ଦାସ ବିଳମ୍ବିତ ରାତିରେ ଡାକ୍ତର ଅମିତ୍ ବେହେରା ଓ ଡାକ୍ତର ସତ୍ୟବ୍ରତ ଦେଓଙ୍କ ସହ ହାଇସ୍କୁଲ ପଡ଼ିଆରେ ପହଞ୍ଚି ମହିଳାଙ୍କ ଚିକିତ୍ସା କରିଥିଲେ । ଡ଼ାକ୍ତରମାନଙ୍କ ଉଦ୍ୟମ ଫଳରେ ମହିଳା ଜଣକ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ । ସଙ୍ଗେ ସଙ୍ଗେ ଡ଼ାକ୍ତରମାନେ ଆମ୍ବୁଲାନ୍ସ ଦ୍ୱାରା ମହିଳା ଓ ତାଙ୍କ ଶିଶୁପୁତ୍ରଙ୍କୁ ଆଣି ସାରଙ୍ଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହିତ ଚିକିତ୍ସା କରିଥିଲେ । ବର୍ତ୍ତମାନ ଉଭୟ ମା-ପୁଅ ସୁସ୍ଥ ଥିବା ଡ଼ାକ୍ତର ଦାସ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking