27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଅନ୍ତସତ୍ତ୍ୱା ମା’ ଓ ତାଙ୍କ ୪ବର୍ଷ ଶିଶୁ ଉପରେ ଓଲଟି ପଡ଼ିଲା ଟ୍ରକ

ଅନ୍ତସତ୍ତ୍ୱା ମା’ ଓ ତାଙ୍କ ୪ବର୍ଷ ଶିଶୁ ଉପରେ ଓଲଟି ପଡ଼ିଲା ଟ୍ରକ

ପାଟଣା: ବିହାରର ପୁର୍ଣ୍ଣିଆ ସଦର ଥାନା ଅଞ୍ଚଳରେ ଗତ ସୋମବାର ଏକ ଦୁଃଖଦ ଘଟଣା ଘଟିଥିଲା । ଏକ ଅଟୋ ଉପରେ ଟ୍ରକ ଓଲଟି ପଡ଼ିବାରୁ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଦୁଇ ମୃତକ ହେଲେ ଅନ୍ତସତ୍ତ୍ୱା ମା’ ଓ ତାଙ୍କ ୪ବର୍ଷର ଶିଶୁ । ଏହି ଦୁର୍ଘଟଣାକୁ ନେଇ ଅଟୋରେ ବସିଥିବା ଯାତ୍ରୀ ସଗୁଫ୍‌ତା କହିଛନ୍ତି, ‘ମୁଁ ମୋର ଅନ୍ତସତ୍ତ୍ୱା ବଡ଼ ଭଉଣୀ ଓ ତାଙ୍କର ୨ଜଣ ପିଲାଙ୍କ ସହିତ ଅଟୋରେ ବସି ଯାତ୍ରା କରୁଥିଲି । ଯେମିତି ହିଁ ଅଟୋ ପୂର୍ଣ୍ଣିଆ ଜିରୋମାଇଲରେ ପହଞ୍ଚିଥିଲା ହଠାତ ଏକ ଝୋଟ ଭର୍ତ୍ତି ଟ୍ରକ ଭାରସାମ୍ୟ ହରାଇ ଆମେ ବସିଥିବା ଅଟୋ ଉପରେ ଓଲଟି ପଡ଼ିଥିଲା ।

ଏ ଦୃଶ୍ୟ ଦେଖି ମୁଁ ଅଟୋ ସାଇଟରେ ବସିଥିବାରୁ ଝିଆରି ଅଲିଶାକୁ ଟାଣି ଆଣି ଅଟୋରୁ ଡେଇଁ ପଡ଼ିଥିଲି । ଫଳରେ ଆମ ଦୁହିଁଙ୍କ ଜୀବନ ବଞ୍ଚି ଯାଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ ମୋର ଅନ୍ତସତ୍ତ୍ୱା ବଡ଼ ଭଉଣୀ ସାଇସ୍ତା ଓ ତାଙ୍କ ୪ବର୍ଷର ଝିଅ ସାୟରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ?ଲୋକଙ୍କ ସାହାଯ୍ୟରେ ଅନ୍ତସତ୍ତ୍ୱା ମା’ ଓ ତାଙ୍କ ଶିଶୁଙ୍କୁ ଅଟୋରୁ ବାହାର କରି ହସ୍ପିଟାଲ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଜଣେ ଅନ୍ତସତ୍ତ୍ୱାଙ୍କ ସମେତ ତାଙ୍କ ୪ବର୍ଷ ଶିଶୁର ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking