29.1 C
Bhubaneswar
Sunday, May 5, 2024
Homeଅପରାଧଘର ମାଲିକ ସାଜିଲା ପିଶାଚ

ଘର ମାଲିକ ସାଜିଲା ପିଶାଚ

ରାଉରକେଲା : ଘର ମାଲିକ ସାଜିଲା ପିଶାଚ । ଗ୍ୟାରେଜକୁ ଡାକି ବଳତ୍କାର ଉଦ୍ୟମ କଲେ ଘର ମାଲିକ । ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି । ତେବେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥବା ବେଳେ ଫେଲ୍ ହେବାରୁ ମହିଳାଙ୍କ ଉପରକୁ ଆକ୍ରମଣ ବି କରିଛନ୍ତି ଘର ମାଲିକ । ଏହିଭଳି ଏକ ଘଟଣା ଘଟିଛି ରାଉରକେଲା ସହରରେ । ସୂଚନା ଅନୁଯାୟୀ, ସେକ୍ଟର-୭ ଅଞ୍ଚଳର ବରୁଣ କୁମାର ଦାସ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ରହିଛନ୍ତି । ମହିଳାଙ୍କ ସ୍ୱାମୀ କାମରେ ବାହାରକୁ ଯାଇଥିବା ବେଳେ ବରୁଣ କୁମାର ଦାସ ଗ୍ୟାରେଜ୍‌କୁ ଗାଡ଼ି ସଫା କରିବା ପାଇଁ ଡାକିଥିଲେ । ଆଉ ଯେତେବେଳେ ଗାଡ଼ି ସଫା କରିବା ପାଇଁ ମହିଳା ଜଣକ ଗ୍ୟାରେଜ୍ ଭିତରକୁ ଯାଇଥିଲେ ସେ ସମୟରେ ବରୁଣ ଆସି ମହିଳାଙ୍କୁ ପଛପଟରୁ କୁଣ୍ଢେଇ ଧରିଥିଲେ । ଏଥିସହିତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଯେତେବେଳେ ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ଘର ମାଲିକ ମହିଳାଙ୍କ ମୁଣ୍ଡକୁ କାନ୍ଥରେ ଖୁବ୍ ଜୋରରେ ପିଟି ଦେଇଥିଲା । ଆଉ ମହିଳା ଜଣକ କଳେବଳେ କୌଶଳେ ଗ୍ୟାରେଜ୍‌ରୁ ବାହାରକୁ ଚାଲି ଆସିଥିଲେ । ଆଉ ରାସ୍ତା ବାହାରେ ବେହୋସ୍ ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏବେ ପୀଡ଼ିତା ମହିଳା ଓ ତାଙ୍କ ସ୍ୱାମୀ ପୋଲିସ୍‌ର ସହାୟତା ଲୋଡ଼ିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking