33.1 C
Bhubaneswar
Saturday, April 27, 2024
Homeଓଡିଶାମାଙ୍କଡ଼ବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ୪ ବଖରା ଘର ଭଷ୍ମୀଭୁତ

ମାଙ୍କଡ଼ବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ୪ ବଖରା ଘର ଭଷ୍ମୀଭୁତ

ମୟୂରଭଞ୍ଜ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତ ମାଙ୍କଡ଼ବେଡା ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ମାଙ୍କଡ଼ବେଡା ଗ୍ରାମର ଭଦ୍ରାନନ୍ଦ ମହାନ୍ତଙ୍କ ୪ ବଖରା ଚାଳଘର ସହ ୨୦ କ୍ୱିଣ୍ଟାଲ ଧାନଚାଉଳ, ଲୁଗାପଟା, ବାସନକୁସନ ସହ ବହୁ ଜରୁରୀ କାଗଜପତ୍ର ସବୁ ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଠାକୁରମୁଣ୍ଡା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚିଥିଲେ। ନିଆଁକୁ ଆୟତ୍ତ କରିବା ପୂର୍ବରୁ ଭଦ୍ରାନନ୍ଦଙ୍କ ସବୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଛି। ସୂଚନା ଅନୁସାରେ ଭଦ୍ରାନନ୍ଦଙ୍କ ପରିବାର ଲୋକେ ଧାନ ଶିଝାଇବା ପାଇଁ ବାହାର ଚୁହ୍ଲିରେ ନିଆଁ ଲଗେଥିଲେ । ପରେ ଅନ୍ୟ କାମ ପାଇଁ ଚାଲି ଯାଇଥିଲେ, ସେମାନେ ଘରେ କେହି ନଥିବାରୁ ଦୁର୍ଘଟଣା ଘଟିଥିଲା ବୋଲି ଅନୁମାନ କରାଯାଉଛି। ମାତ୍ର ଅଗ୍ନିକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପଟେ ଅଗ୍ନି ପୀଡ଼ିତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking