36.1 C
Bhubaneswar
Thursday, May 2, 2024
Homeଓଡିଶାକଟକରେ ପହଞ୍ôଚଲା ହୀରାକୁଦର ନିଷ୍କାସିତ ଜଳ: ଯୋବ୍ରା ବ୍ୟାରେଜ ଦେଇ ୨୫ହଜାର ୫୪୭ କ୍ୟୁସେକ ଜଳ...

କଟକରେ ପହଞ୍ôଚଲା ହୀରାକୁଦର ନିଷ୍କାସିତ ଜଳ: ଯୋବ୍ରା ବ୍ୟାରେଜ ଦେଇ ୨୫ହଜାର ୫୪୭ କ୍ୟୁସେକ ଜଳ ନିଷ୍କାସିତ

କଟକ : ହୀରାକୁଦ ଜଳ ଭଣ୍ଡାରେ ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ୨ଟି ଗେଟ ଦେଇ ଉଦ୍‌ବୁଦ୍ଦ ଜଳ ନିଷ୍କାସିତ ହୋଇଛି । ହୀରାକୂଦରୁ ଗତ ୧୧ତାରିଖ ଦିନ ଗେଟ ଖୋଲାଯାଇ ଜଳ ନିଷ୍କାସିତ ହୋଇଥିବାବେଳେ ଆଜି ପୂର୍ବାହ୍ନ ବେଳକୁ କଟକ ଯୋବ୍ରାସ୍ଥିତ ମହାନଦୀ ବ୍ୟାରେଜରେ ଉକ୍ତ ଜଳ ପହଞ୍ôଚଛି । ତେବେ ନିଷ୍କାସିତ ଜଳ ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ମାତ୍ର ଏହି ଉଦ୍‌ବୁଦ୍ଦ ଜଳ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ବନ୍ୟା ନିୟନ୍ତ୍ରଣ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଆଜି ସଂଧ୍ୟାସୁଧା ହୀରାକୁଦ ଜଳଭଣ୍ଡାରରେ ୬୦୮.୯୧ଫୁଟ ଜଳ ରହିଛି ୨୪ହଜାର ୯୯୬କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ୨ଟି ସ୍ଲୁଇସ ଗେଟ ଦେଇ ୪୫ହଜାର ୪୦୯ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ତେବେ ଏହାଦ୍ୱାରା ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଖଇରମାଳ ଠାରେ ୬୪ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ସେହିଭଳି ବରମୁଳ ଠାରେ ୪୪ହଜାର କ୍ୟୁସେକ ଓ ମୁଣ୍ଡଳୀ ଠାରେ ୩୫ହଜାର କ୍ୟୁସେକ ପାଣି ମହାନଦୀରେ ପ୍ରବାହିତ ହେଉଛି । ପୁନଶ୍ଚ ମହାନଦୀରୁ ନରାଜ ଦେଇ କାଠଯୋଡ଼ି ନଦୀରେ ୯୨୭୨କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ କଟକ ଯୋବ୍ରା ବ୍ୟାରେଜ ଦେଇ ୨୫ହଜାର ୫୪୭ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ତେବେ ଯୋବ୍ରା ବ୍ୟାରେଜର ଉପର ମୁଣ୍ଡରେ ୨୧.୧୦ ମିଟର  ଜଳ ରହିଥିବାବେଳେ ତଳମୁଣ୍ଡରେ ୧୮.୧୦ମିଟର ଜଳ ରହିଛି । ଯୋବ୍ରା ବ୍ୟାରେଜ ଠାରେ ୨୧.୯୪ ମିଟର ବିପଦ ଶଙ୍କୁଳ ରହିଥିବାବେଳେ ଏବେ ମାତ୍ର ୨୦.୧୦ ରହିଥିବାରୁ ବନ୍ୟା ପରିସ୍ଥିତି ନଥିବା ଜଣାପଡ଼ିଛି । ସେହିଭଳି ବିରୂପା ଦେଇ ୧୧୩୭କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ତାଳଦଣ୍ଡା କେନାଲର ଆଜି ଗେଟ ଖୋଲା ଯାଇ ମାତ୍ର ୨୧୧କ୍ୟୁସେକ ଜଳ ଏବଂ କେନ୍ଦ୍ରାପଡ଼ା କେନାଲ ଦେଇ ୬୧୩ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀର କଟକରେ ଉଦ୍‌ବୁଦ୍ଦ ଜଳ ପହଞ୍ôଚବା ପରେ ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ନଦୀରେ ମାଛ ଧରିବା ପାଇଁ ଅବାଧ ପ୍ରବେଶ ନକରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking