26.7 C
Bhubaneswar
Friday, April 19, 2024
Homeକରୋନାସେପ୍ଟେମ୍ବରରେ ସେରମ୍ ପକ୍ଷରୁ ସ୍ପୁଟନିକ୍‌-୫ ଟିକା

ସେପ୍ଟେମ୍ବରରେ ସେରମ୍ ପକ୍ଷରୁ ସ୍ପୁଟନିକ୍‌-୫ ଟିକା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରେ ପୁଣେସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ରୁଷ ନିର୍ମିତ ସ୍ପୁଟନିକ୍‌-୫ କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ ହେବ ବୋଲି ଜଣାପଡିଛି । ବାର୍ଷିକ ୩୦ କୋଟି ଡୋଜ୍ ପ୍ରସ୍ତୁତ କରାଯିବ ବୋଲି ସେରମ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଜୁଲାଇ ୪ରେ ସ୍କୁଟନିକ୍‌-୫ ଟିକା ପ୍ରସ୍ତୁତି ନିମନ୍ତେ ଡିସିଜିଆଇ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ସେରମ୍‌କୁ ଅନୁମତି ପ୍ରଦାନ କରିଥିଲେ । ରୁଷରୁ ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯିବ ବୋଲି ଆରଏଫ୍‌ଆଇଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ସୂଚନାଯୋଗ୍ୟ ସେରମ୍ ପକ୍ଷରୁ କୋଭିସିଲ୍ଡ, ଆଷ୍ଟ୍ରାଜେନିକା ଓ କୋଭଭାକ୍ସ (ଭାରତୀୟ ନାମ ନୋଭଭାକ୍ସ) ଭଳି କୋଭିଡ୍ ଟିକା ଉତ୍ପାଦିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking