37.1 C
Bhubaneswar
Sunday, May 5, 2024
Homeଅପରାଧପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର

ଭୁବନେଶ୍ୱର: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କିଛି ନୂଆ ନୁହେଁ । ଅନେକ ସମୟରେ ଭିନ୍ନ ଭିନ୍ନ ଖବର ଚର୍ଚ୍ଚା ର ବିଷୟ ପାଲଟେ । ଏବେ ଅତ୍ୟାଚାରର ଆଉ ଏକ କାହାଣୀ ଲୋକଲୋଚନ କୁ ଆସିଛି ।

ଗତ କିଛିଦିନ ତଳେ ପାକିସ୍ତାନର ସିନ୍ଧ ଅଂଚଳର ଦୁଇ ଭଉଣୀଙ୍କୁ ଅପହରଣ କରିନିଆଯାଇଥିଲା । ସେମାନଙ୍କ ପରିଜନ ଥାନାରେ ରିପୋର୍ଟ କରିଥିଲେ ମଧ୍ୟ ଏତଲା ରଖାଯାଇନଥିଲା । ପରେ କିନ୍ତୁ ଦୁଇଭଉଣୀଙ୍କ ମଧ୍ୟରୁ ବଡଭଉଣୀ ୧୪ ବର୍ଷୀୟ ସୁଥିରୁ କୋର୍ଟରେ ହାଜର କରାଯାଇଥିଲା ।ଯେଉଁଠି ଦର୍ଶାଯାଇଥିଲା ସୁଥି ନିଜ ଇଚ୍ଛା ମୁତାବକ ଇସଲାମ ଧର୍ମ ଗ୍ରହଣ କରି ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ନିକାହ କରିଛି ।

ସେପଟେ ସୁଥିର ଭଉଣୀ ସମାର ଏବେ ବି ପତ୍ତା ମିଳୁନାହିଁ ।ଏପରିକି ସୁଥି ବାହାଘର ନେଇ କୈାଣସି ଅଭିଯୋଗ ନକଲେ ହିଁ ସମାକୁ ଛାଡିଦିଆଯିବ ବୋଲି ପରିବାରବର୍ଗଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking