31.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଭାରସାମ୍ୟ ହରାଇ ରାସ୍ତାକଡ ମାଟିଘରେ ଚଢ଼ିଗଲା ହାଇୱା , ଅଳ୍ପକେବର୍ତିଲେ ପରିବାର ଲୋକେ

ଭାରସାମ୍ୟ ହରାଇ ରାସ୍ତାକଡ ମାଟିଘରେ ଚଢ଼ିଗଲା ହାଇୱା , ଅଳ୍ପକେବର୍ତିଲେ ପରିବାର ଲୋକେ

ମୟୂରଭଞ୍ଜ :  ନିୟନ୍ତ୍ରଣ ହରାଇ ଘର ଉପରକୁ ମାଡ଼ିଗଲା ହାଇୱା।ଘର ସମେତ ଲାଗିରହିଥିବା ଦୁଇ ଦୋକାନ ଘର ନଷ୍ଟ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର- ଟାଟା ଜାତୀୟ ରାଜପଥ ୨୨୦ ନମ୍ବର ଗମ୍ଭାରିଆ ଗାଁ ରାସ୍ତାକଡରେ ଘଟିଛି। ଗମ୍ଭାରିଆ ଗାଁର ରାସ୍ତା କଡରେ ଥିବା ଏକ ମାଟିକାନ୍ଥ ଘରକୁ ଟାଟାରୁ ଆସୁଥିବା ନୂଆ ହାଇୱା ଗାଡି ଧସେଇ ପଶିଲା । ଯାହାଫଳରେ ସୁନିଲ୍ ମିଶ୍ରଙ୍କ ଘର ସମେତ ଦୁଇଟି ଦୋକାନ ଏବଂ ମହେନ୍ଦ୍ର ଦାସଙ୍କ ଦୋକାନ ଘର ନଷ୍ଟ ହୋଇଯାଇଛି ।ଘରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି । ଖବରପାଇ ବହଳଦା ଥାନାପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking