31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗବିରଳପ୍ରଜାତିର ଶାଗୁଣା ଉଦ୍ଧାର

ବିରଳପ୍ରଜାତିର ଶାଗୁଣା ଉଦ୍ଧାର

ମୟୂରଭଞ୍ଜ:  ଦିନକୁଦିନ ଲୋପ ପାଇବାକୁ ଯାଉଥିବା ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର। ମୋରଡା ବନବିଭାଗ ପକ୍ଷରୁ ଆଜି ଖୁଣ୍ଟାପାଳ ଗାଁରୁ ଉଦ୍ଧାର।
ଖୁଣ୍ଟାପାଳ ଗାଁରେ ଥିବା କୁସୁମ ଗଛର ଏକ ଛୋଟଡାଳରେ ଶାଗୁଣାଟି ବସିବାରୁ ଡାଳ ଭାଙ୍ଗିବା ସହିତ ଶାଗୁଣା ତଳେ ପଡିଯାଇଥିଲା । ତେବେ ଶାଗୁଣାର ଓଜନ ସମ୍ଭାଳିନପାରି ଡାଳଟି ଭାଙ୍ଗିଯିବାରୁ ତଳକୁ ଖସିପଡ଼ିଥିଲା ଶାଗୁଣା । ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଲେ ଶାଗୁଣାଟି ଗଛଡାଳରୁ ଖସିପଡି ଆଉ ଉଡି ପାରୁନାହିଁ । ପରେ ମୋରଡା ବନବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ଶାଗୁଣାଟିକୁ ଉଦ୍ଧାର କରି ମୋରଡା ବନବିଭାଗ କାର୍ଯ୍ୟାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲା । ପରେ ବନବିଭାଗ ପକ୍ଷରୁ ପଶୁପକ୍ଷୀ ଡାକ୍ତର ପୀୟୁଷ ସରେନଙ୍କୁ ଖବର ଦେଇଥିଲେ। ଡାକ୍ତର ପୀୟୂଷ ପହଞ୍ଚି ଶାଗୁଣାଟିର ଚିକିତ୍ସା କରିଥିଲେ । ତେବେ ଶାଗୁଣାଟି ସୁସ୍ଥ ଥିବାନେଇ ମିଳିଥିବା ସୂଚନାରୁ ଜଣାପଡିଛି । ଶାଗୁଣାଟିର ଓଜନ ପ୍ରାୟ ୧୫ କେଜିରୁ ଅଧିକ ହେବ ବୋଲି କୁହାଯାଇଛି । ତେବେ ଆସନ୍ତା କାଲି ମୋରଡା ରେଞ୍ଜର ପ୍ରଶାନ୍ତ ବେହେରା ଶାଗୁଣାଟିକୁ ଶିମିଳିପାଳ ଜାତୀୟ ଉଦ୍ୟାନରେ ଛାଡିବେ ବୋଲି ବନବିଭାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking