41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ତାପମାତ୍ରା ୩୯.୪ ଡିଗ୍ରୀ

ଭୁବନେଶ୍ୱରରେ ତାପମାତ୍ରା ୩୯.୪ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଟପିଛି । ରାଜଧାନୀ ଭୁବନେଶ୍ୱର ୩୯.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଛି । ବାରିପଦାରେ ଆଜି ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୩୭.୭, ଟିଟିଲାଗଡରେ ୩୭.୬ ଡିଗ୍ରୀ, ତାଳଚେରରେ ୩୭.୧, କଟକ ଓ ବଲାଙ୍ଗୀରରେ ୩୭ ଡିଗ୍ରୀ, ଝାରସୁଗୁଡା ୩୬.୬, ସମ୍ବଲପୁର ଓ ଚାନ୍ଦବାଲିରେ ୩୬.୨ ଡିଗ୍ରୀ, ନୟାଗଡ ୩୬.୫, ହୀରାକୁଦ ୩୬.୧, ଭବାନୀପାଟଣା ୩୬ ଡିଗ୍ରୀ, ସୋନପୁର ୩୫.୮, ବାଲେଶ୍ୱରର ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ଶୀତ ନଯାଉଣୁ ଏବେଠୁ ଖରା ଆରମ୍ଭ ହୋଇଗଲାଣି । ଦିନ ୧୧ଟା ବେଳକୁ ଟାଇଁ ଟାଇଁ ଖରା ଏବେଠୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କଲାଣି । ମାର୍ଚ୍ଚ ମାସ ବେଳକୁ ପ୍ରଚଣ୍ଡ ଖରା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking