28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦୁଇ ଜାଆଁଳା ଶିଶୁ ସହିତ ଦୁର୍ଦ୍ଦିନରେ ଅସହାୟ ବିଧବା ମହିଳା

ଦୁଇ ଜାଆଁଳା ଶିଶୁ ସହିତ ଦୁର୍ଦ୍ଦିନରେ ଅସହାୟ ବିଧବା ମହିଳା

କଳାହାଣ୍ଡି : ଦୁଇ ଜାଆଁଳା ଶିଶୁ ସହିତ ଦୁର୍ଦ୍ଦିନରେ ଅସହାୟ ବିଧବା ମହିଳା ଗତ ଫେବ୍ରୁୟାରୀ ସ୍ବାମୀଙ୍କ ମ୍ରୁତ୍ୟୁ ଘଟିଥିଲା । ସେତେବେଳକୁ ସେ ଥିଲେ ଗର୍ଭବତୀ । ସ୍ବାମୀଙ୍କ ମ୍ରୁତ୍ୟୁ ପରେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ସେ । ଗର୍ଭ କଷ୍ଟ ସାଙ୍ଗକୁ ପତିଙ୍କ ମ୍ରୁତ୍ୟୁ ତାଙ୍କ ଜୀବନରେ ବୋଝ ଉପରେ ନଳିତା ବିଡ଼ା ସଦ୍ରୁଶ ହୋଇଥିଲା । ତଥାପି ମ୍ରୁତ ପତିଙ୍କ ଶେଷ ସନ୍ତକକୁ ଦୁନିଆ ଦେଖାଇବା ପାଇଁ ସେ ଛାତିକୁ ପଥର କରି ସବୁ ଦୁଃଖ ସହିଯାଇଥିଲେ, ଆଖିର ଲୁହକୁ ପିଇ ଯାଉଥିଲା ଓଠ । ଠିକ୍ ଏଇ ସମୟରେ ଗତ ଅକ୍ଟୋବର ମାସରେ ସେ ଜନ୍ମ ଦେଇଥିଲେ ଦୁଇଟି ଯାଆଁଳା ଶିଶୁ । ମ୍ରୁତ ସ୍ବାମୀଙ୍କ ସନ୍ତକ ଦିଓଟି ତାଙ୍କ କୋଳ ସିନା ଭରିଦେଲେ କିନ୍ତୁ ମାଆଙ୍କ ଦୁଃଖ ଏବେ ଦ୍ବିଗୁଣିତ ହୋଇଯାଇଛି । ଦୁଇ କଅଁଳା ଶିଶୁଙ୍କୁ ମାଆ କ୍ଷୀର କମ୍ ହେଉଥିବାବେଳେ ଡାକ୍ତର ତାଙ୍କୁ ଡବା କ୍ଷୀର ଖାଇବାକୁ ପରାମର୍ଶ ଦେଇଛନ୍ତି । ତେବେ ଦୁଃଖ ଓ ପରିତାପର ବିଷୟ ଦୁଇଛୁଆଙ୍କ ମୁହଁରେ ଟୋପାଏ କ୍ଷୀର ଦେବାକୁ ବି ସକ୍ଷମ ହୋଇପାରୁନି ଦୁଃଖିନୀ ମାଆ । ଏହା କୌଣସି ସିନେମାର କାହାଣୀ ନୁହେଁ ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅର୍ଜୁନ ଗାଁରେ । ଏଇ ଗାଁର ଦେବକୀ ମାହାର ନାମକ ଅସହାୟ ବିଧବା ମହିଳା ଦୁଇ ଶିଶୁଙ୍କ ମୁହଁରେ ଟୋପେ କ୍ଷୀର ଦେଇନପାରି ଖାଇବା ଚାଉଳ ସୁଦ୍ଧା ବିକ୍ରି କରିଦେଇଥିବା ଜଣାପଡ଼ିଛି । ଘରେ ରୋଗୀଣା ଶାଶୁ ଓ ବ୍ରୁଦ୍ଧ ଶ୍ବଶୁର ପୁଅର ମ୍ରୁତ୍ୟୁ ପରେ କିଂକର୍ତ୍ତବ୍ୟବିମୁଢ଼ ହୋଇ ପଡ଼ିଛନ୍ତି । ଘରର ଏପରି ପରିସ୍ଥିତି ଯେ ଦି’ଓଳି ଚୁଲି ଜଳିବା ବି ମୁସ୍କିଲ ହୋଇପଡ଼ିଛି । ଦେବକୀଙ୍କ ଦୁର୍ଦ୍ଦଶା ସଂପର୍କରେ ଚିଆଁପଦର ଗାଁର ସମାଜସେବୀ ରଘୁନାଥ ଦୀପଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏବେ ସହାୟତାର ହାତ ବଢ଼ାଇଛନ୍ତି ଲାଞ୍ଜିଗଡ଼ର ସୁପରିଚିତ ସମାଜସେବୀ ଶ୍ରୀବତ୍ସ ତାଣ୍ଡି । ସେ ଦେବକୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପ୍ରତି ମାସରେ ପରିବାର ଚଳଣୀ ଓ ଜାଆଁଳା ଶିଶୁଙ୍କ ପ୍ରତିପୋଷଣ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି । ଯୁବ ସମାଜସେବୀ ସୁଶୀଲ କୁମାର ବାଗ ମଧ୍ୟ ଦେବକୀଙ୍କୁ ସହାୟତାର ହାତ ବଢ଼ାଇଥିବା ଜଣାଯାଏ । ସେହିପରି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତାମାନେ ମଧ୍ୟ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking