ରାୟଗଡାରେ ନିରାଡମ୍ବର କାଳିପୂଜା

ରାୟଗଡ଼ା : ପୂଜା ପାର୍ବଣ ଋତୁ ଆସିଲେ ଝଲସି ଉଠେ ରାୟଗଡା ସହର । ସବୁଠାରୁ ଅଧିକ ଲୋକଙ୍କ ଜନ ସମାଗମ ହୁଏ କାଳିପୂଜାରେ । ରାୟଗଡା ଫ୍ରେଣ୍ଡ ଆସୋସିଏସନ ପକ୍ଷରୁ ଆଜକୁ ୩୮ବର୍ଷ ଧରି ପାଳିତ ହେଉଥିବା ଏହି ଉସ୍ଛବ ୧୧ ଦିନ ଧରି ବିଧିବିଧାନ ରେ ପୂଜା ଲାଗି ରହିଥାଏ। ଆଖ ପାଖ ପଡୋଶୀ ରାଜ୍ୟରୁ ବହୁ ଦୋକାନୀ ବେପାର କରିବା ପାଇଁ ଆସିଥାନ୍ତି ବିଭିନ୍ନ ପ୍ରକାରର ସାମଗ୍ରୀ ନେଇ । ସାରା ସହରବାସୀ ମିନାବଜାରର ମଜା ନେଇଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନାର ଯୋଗୁଁ ସମ୍ପୁର୍ଣ ଫିକା ପଡିଯାଇଛି । ବିନାଦୋକାନ ବଜାରରେ ନିରାଡମ୍ବରରେ ପାଳନ କରାଯାଉଛି। କିନ୍ତୁ ପ୍ରତିବର୍ଷ ପରି ମାଁ ଙ୍କ ପୂଜା ବିଧି ବିଧାନ ଅନୁଯାୟୀ ପାଳନ କରାଯାଉଛି।ତେବେ କମିଟି ପକ୍ଷରୁ ଆଶା ରଖିଛନ୍ତି ଆସନ୍ତାବର୍ଷ ଠାରୁ ପୂଣି ପୂର୍ବ ପରି ଉସ୍ଛବ ମୁଖରରେ ପାଳନ କରାଯିବା ପାଇଁ ।

LEAVE A REPLY

Please enter your comment!
Please enter your name here