28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସରକାରୀ କଳ କୋଭିଡ କଟକଣା ଉଲ୍ଲଘଂନ କରି ଭୂମିହୀନକୁ ଜମି ଅଧିକାର ପତ୍ର ବଣ୍ଟନ ଏକ...

ସରକାରୀ କଳ କୋଭିଡ କଟକଣା ଉଲ୍ଲଘଂନ କରି ଭୂମିହୀନକୁ ଜମି ଅଧିକାର ପତ୍ର ବଣ୍ଟନ ଏକ ପ୍ରହସନ -ଭୂମି ସୁରକ୍ଷା ସମିତି

ଯାଜପୁର  -ଆଜି ତା 15.11.2020ରିଖ ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ଗତ 12ତାରିଖ ରେ ବସ୍ତି ଅଞ୍ଚଳ ରେ 50ବର୍ଷ ରୁ ଉର୍ଦ୍ଧ ଦିନ ଧରି ବସ ବାସ କରି ରହି ଆସୁଥିବା କିଛି ପରିବାର ବର୍ଗ ଙ୍କୁ ଭୂମି ଅଧିକାର ଆଇନ ବଳରେ ସେମାନଙ୍କୁ ଯେଉଁ ପ୍ରମାଣ ପତ୍ର ପ୍ରଦାନ କଲେ ଏହା ଏକ ପ୍ରହସନ ବୋଲି ଭୂମି ସୁରକ୍ଷା ସମିତି ର ସଭାପତି ବିଦ୍ୟାଧର ମହାନ୍ତି ପ୍ରକାଶ କରିବା ସହ ପୌର ପ୍ରଶାସନ ବିଧାୟକ ଦ୍ୱାରା ଯେଭଳି ପ୍ରମାଣ ପତ୍ର ପ୍ରଦାନ କଲେ ଏହା ପୌର ନିର୍ବାଚନ କୁ ଆଖି ଆଗରେ ରଖି ନିରୀହ ବସ୍ତି ବାସିନ୍ଦା ଓ ଭୂମିହୀନ ପରିବାର ଙ୍କୁ ସହର ମଧ୍ୟରୁ ଉଛେଦ କରିବାର ଉଦ୍ୟମ ବୋଲି ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି । ଏପରି କି ଗତ ବର୍ଷ ପୌର ପ୍ରଶାସନ ଟାଟା ଦ୍ୱାରା ଏକ ସ୍ବେଛାସେବୀ ସଂସ୍ଥା ଉଷା, ବସ୍ତି ଅଞ୍ଚଳ ସର୍ଭେ କରି ଭୂମି ହୀନ ଓ ବସ୍ତି ବାସିନ୍ଦା ପରିବାର କୁ ପଟ୍ଟା ପ୍ରଦାନ ନାମରେ ବିଭିନ୍ନ କମିଟି ଗଠନ କରି ଥିଲେ । ସେଥିରେ ମଧ୍ୟ ସବୁ ପରିବାର କୁ ଅନ୍ତର୍ଭୁକ୍ତ ନ କରି କିଛି କାଁ ଭାଁ ସର୍ଭେ କରି ଲକ୍ଷାଧିକ ଟଙ୍କା ସରକାର ଙ୍କ ଠାରୁ ବିଲ କରି ନେଇଥିଲେ । ଏଥିରେ ରାଜସ୍ବ ବିଭାଗ ସମ୍ପୂର୍ଣ ନିରବ ରହିବା ଓ ସହରାଞ୍ଚଳ ରେ ଥିବା ବସ୍ତି ବାସିନ୍ଦା ମାନଙ୍କୁ ରାଜ୍ୟ ସରକାର ଙ୍କ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ସ୍ଥାୟୀ ପଟ୍ଟା ପ୍ରଦାନ ନ କରି ଜଙ୍ଗଲ କିସମ ଝାଟି ଜଙ୍ଗଲ କିସମ  ନାମରେ ସେମାନେ 50 ବର୍ଷ ଧରି ଘରବାରି କରି ରହି ଆସୁଥିବା ଜମିର ଅଧିକାର କୁ ଗ୍ରହଣ ନ କରି ସେମାନଙ୍କ ଅଯୋଗ୍ୟ ଘୋଷଣା କରିବା ଚକ୍ରାନ୍ତ କୁ ଭୂମି ସୁରକ୍ଷା ସମିତି ଆଗାମୀ ଦିନରେ କଡା ବିରୋଧ ସହ 10 ବର୍ଷ ଧରି ସ୍ଥାନୀୟ ତହସିଲ ନିକଟରେ ଜମି ଗୁଡିକର ଚି଼ହ୍ନଟ ଓ ଦରଖାସ୍ତ ଅନୁଯାୟୀ ପଟ୍ଟା ପ୍ରଦାନ ନକଲେ ବ୍ୟାସନଗର ତହସିଲ  କାର୍ଯ୍ୟାଳୟ ସମ୍ମୁଖରେ “ଗଣ ଅନଶନ “କରାଯିବ ଜିଲ୍ଲା ପ୍ରଶାସନ କୋଭିଡ -19 କଟକଣା କରୁଥିବା ବେଳେ କିପରି ଭାବେ ପୌର ପ୍ରଶାସକ, ପୌର ଅଧିକାରୀ, ବିଧାୟକ ଓ ସମସ୍ତ ପଦାଧିକାରୀ ମାନଙ୍କ  ଉପସ୍ଥିତି ରେ ସହ ସହ ପରିବାର ଓ ଦଳୀୟ କର୍ମୀ ଉପସ୍ଥିତି ରେ ଜମି ଅଧିକାର  ପ୍ରମାଣ ପତ୍ର ପ୍ରଦାନ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking