ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘର ସାଧାରଣ ସଭା ଅନୁଷ୍ଠିତ

ଯାଜପୁର: ଯାଜପୁରରେ ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟୁତ୍ କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । ଏହି ବୈଠକରେ ବିଦ୍ୟୁତ୍ କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହିତ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here