32.1 C
Bhubaneswar
Friday, April 26, 2024
Homeଓଡିଶାଖରା ଦିନରେ କିପରି ନେବେ ମୁହଁର ଯତ୍ନ...

ଖରା ଦିନରେ କିପରି ନେବେ ମୁହଁର ଯତ୍ନ…

ଭୁବନେଶ୍ୱର :ଖରାଦିନ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ମାତ୍ର ଖରାର ପ୍ରଭାବ ଏବେ ଠାରୁ ଅନୁଭବ ହେବାକୁ ଲାଗିଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ।

ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକରେ ସନକ୍ରିମ ଲୋଶନ ନିହାତି ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ। ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ। ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ। ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ। ସପ୍ତାହକୁ ୨ ରୁ ୩ ଥର ମୁହଁରେ ଘିକୁଆଁରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ। ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।ଆପଣ ଚାହିଁଲେ ମୁଲତାନି ମାଟି ,ଗୋଲାପ ଜଳ, କିଛି ଭଲ ପ୍ରଡକ୍ଟ ର ଟୋନର ବ୍ୟବହାର କରିପାରିବେ ।ଏହା ଫଳରେ ତ୍ୱଚା ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking